Masthead

ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର

ନୂଆପଡ଼ା (ବଡ଼ ଖବର ବ୍ୟୁରୋ): ନୂଆପଡ଼ା ଗୋଧସ ଜଳପ୍ରପାତରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର । ସେମାନେ ହେଲେ ଛତିଶଗଡ଼ ରାଜ୍ୟ ଗରିଆବନ୍ଧ ଜିଲ୍ଲା ଥୁଆପାନି ଗାଁର। ଯୁବକ ଜଣଙ୍କ ହେଲେ ଧନିରାମ ଅଁଟି ଓ ଯୁବତୀ ଜଣକ ଦେମତି ଶୋରୀ ବୋଲି ଜଣାପଡିଛି। ଉଭୟଙ୍କ ପରିବାର ଲୋକ ଆସି ମୃତଦେହକୁ ଚିହ୍ନଟ କରିଛନ୍ତି। ପରିବାର ଲୋକ ତାଙ୍କ ପ୍ରେମ ସମ୍ପର୍କ ବିଷୟରେ ଆଗରୁ ଜାଣି ନ ଥିବା କହିଛନ୍ତି ।

ଯୁବତୀଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଥିବାରୁ ତାଙ୍କ ବାପା ଝିଅକୁ ବାହା ନ କରିବା ପାଇଁ ମନସ୍ଥ କରିଥିଲେ। ଦୁହେଁ ବିବାହ କରିପାରିବେ ନାହିଁ ବୋଲି ଜାଣିବା ପରେ ଆତ୍ମହତ୍ୟାର ପନ୍ଥା ଆପଣେଇ ନେଇଥିବା ପରିବାର ଲୋକେ ସନ୍ଦେହ କରିଛନ୍ତି। ଶୁକ୍ରବାର ରାତିରୁ ଦୁହେଁ ଘର ଛାଡ଼ି ଫେରର ହୋଇଯାଇଥିଲେ । ରବିବାର ସକାଳେ ଦୁଇଜଣ ଗୋଧସ ଜଳପ୍ରପାତକୁ ଡେଇଁ ପଡିଥିଲେ । ଘଟଣା ସମ୍ପର୍କରେ କିଛି ଲୋକ ଧର୍ମବନ୍ଧା ଥାନାକୁ ସ୍ଥାନୀୟ ଲୋକେ ଜଣାଇଥିଲେ । ଦୁଇ ଦିନ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟ କରିଥିଲେ ବି ମୃତଦେହ ମିଳିନ ଥିଲା। ଆଜି ସକାଳେ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼