Masthead

ହାତ ଛାଡ଼ି ପଦ୍ମ ଧରିବେ କ୍ୟାପଟେନ !

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ ): ପଦ୍ମ ଧରିପାରନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟନ୍ତ୍ରୀ କ୍ୟାପଟେନ ଅମରିନ୍ଦର ।ମୁଖ୍ୟମନ୍ତ୍ରୀ ପଦରୁ ଅମରିନ୍ଦର ଇସ୍ଥଫା ଦେବାପରେ ତାଙ୍କ ରାଜନୈତିକ କ୍ୟାରିୟରକୁ ନେଇ ଦେଖାଦେଇଥିଲା ସସ୍ପେନ୍ସ। ତେବେ ଖୁବ୍ ଶୀଘ୍ର ହଟିପାରେ ଏହା ଉପରୁ ପରଦା। କ୍ୟାପଟେନ ଆଜି ଦିଲ୍ଲୀ ଆସି ବିଜେପି ସଭାପତି ଜେପି ନଡ୍ଡା ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିପାରନ୍ତି। ତେବେ କ୍ୟାପଟେନ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ରାଜନୈତିକ କଳ୍ପନାଜଳ୍ପନା ଆରମ୍ଭ ବି ହୋଇଯାଇଛି।

କଂଗ୍ରେସ ରାଜ୍ୟ ସଭାପତି ନବଜୋତ ସିଂହ ସିଦ୍ଧୁଙ୍କ ସହ ମତଭେଦ ପରେ କ୍ୟାପଟେନ ଅମରିନ୍ଦର ସିଂ ଚଳିତ ମାସରେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ଦୁଃଖ ପ୍ରକାଶ କରି ସେ କହିଥିଲେ  ଦଳ ଭିତରେ ତାଙ୍କୁ ଅପମାନିତ କରାଯାଇଛି। ଯାହା ଫଳରେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। ଅମରିନ୍ଦର ଏହା ମଧ୍ୟ କହିଥିଲେ ଯେ ୨୦୨୨ ମସିହାରେ ପଞ୍ଜାବ ନିର୍ବାଚନରେ କଂଗ୍ରେସ ଜିତିଲେ ମଧ୍ୟ ସେ ନବଜୋତ ସିଂ ସିଦ୍ଧୁଙ୍କୁ ସିଏମ ହେବାକୁ ଦେବେ ନାହିଁ। ଅନ୍ୟପଟେ ଏହାକୁ ଖଣ୍ଡନ କରିଛନ୍ତି ଅମରିନ୍ଦରଙ୍କ ମିଡିଆ ପରାମର୍ଶଦାତା ରେଭେନ୍ ଥୁକ୍ରାଲ । ସେ କହିଛନ୍ତି କ୍ୟାପଟେନ ଅମରିନ୍ଦର ସିଂଙ୍କ ଦିଲ୍ଲୀ ଗସ୍ତ ବିଷୟରେ ଅନେକ କଥା କୁହାଯାଉଛି । ତେବେ ସେ ବ୍ୟକ୍ତିଗତ ଗସ୍ତରେ ଦିଲ୍ଲୀ ଯାଇଛନ୍ତି। ଅନାବଶ୍ୟକ କଳ୍ପନା ଜଳ୍ପନାର କୌଣସି ଆବଶ୍ୟକତା ନାହିଁ ବୋଲି ଥୁକ୍ରାଲ କହିଛନ୍ତି।

ଯେତେବେଳେ କ୍ୟାପଟେନ ମୁଖମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ, ତାଙ୍କୁ  ପଚରାଯାଇଥିଲା ଆପଣ ବିଜେପିରେ ଯୋଗଦେବେ କି ? କ୍ୟାପଟେନ ଉତ୍ତରରେ କହିଥିଲେ ଇସ୍ତଫା ଦେବା ପରେ ସମସ୍ତ ବିକଳ୍ପ ଖୋଲା ଅଛି। ୫୨ ବର୍ଷର ରାଜନୈତିକ ଅଭିଜ୍ଞତା ଅଛି । ମୁଖ୍ୟମନ୍ତ୍ରୀ ଭାବେ ସାଢେ ନଅ ବର୍ଷ ଧରିଥିଲି। ତା ସହିତ ଅନେକ ସମର୍ଥକ ଓ କର୍ମୀ ଅଛନ୍ତି। ସହକର୍ମୀଙ୍କ ସହିତ ପରାମର୍ଶ କରିବା ପରେ ଏହା ଉପରେ ନିଷ୍ପତ୍ତି ନେବି।  ତେବେ ଏଥିରୁ ସ୍ପଷ୍ଟ କ୍ୟାପଟେନ ତାଙ୍କ ସହକର୍ମୀଙ୍କ ସହ ଆଲୋଚନା ପରେ ବିଜେପିରେ ଯୋଗଦେବା ନେଇ ନିସ୍ପତ୍ତି ନେଇସାରିଛନ୍ତି। ଅନ୍ୟପଟେ କ୍ୟପଟେନଙ୍କ ପଦ୍ମ ଧରିବା ଖବର କଂଗ୍ରେସ ସିବିରରେ କମ୍ପନ ସୃଷ୍ଟି କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ