Masthead

କଂଗ୍ରେସ ଛାଡିବେ କ୍ୟାପଟେନ

ଚଣ୍ଡିଗଡ(ବଡ଼ ଖବର ବ୍ୟୁରୋ) :   ପଞ୍ଜାବ ରାଜନୀତିରେ ଚିଲିଛି ହାଇଡ୍ରାମା । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ଦଳରୁ ଇସ୍ତଫା ପରେ ପଞ୍ଜାବ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ଜଣଙ୍କ ପରେ ଜଣେ ଦଳରୁ ଇସ୍ତଫା ଦେଉଥିବାର ଦେଖିବାକୁ ମିଳିଛି । ତେବେ ବୁଧବାର କ୍ୟାପଟେନ ଅମରିନ୍ଦର ସିଂହ ବିଜେପି ନେତା ତଥା ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ । ପରେ ସେ ଆଉ କଂଗ୍ରେସରେ ରହିବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି ।

ତେବେ କ୍ୟାପଟେନ କହିଛନ୍ତି ଯେ, ସେ ନିଜର ନିଷ୍ପତି ନେଇସାରିଛନ୍ତି । କଂଗ୍ରେସ ଦେଇଥିବା ଅପମାନ ସହିବେ ନାହିଁ । ତାଙ୍କ ସହ ଯେଉଁଭଳି ବ୍ୟବହାର କରାଯାଇଛି ତାହା ଉଚିତ୍ ନୁହେଁ । ଏହା ଗ୍ରହଣ କରାଯିବ ନାହିଁ । ସେ ଆଉ କଂଗ୍ରେସରେ ରହିବେ ନାହିଁ । ତେବେ ସୂତ୍ରରୁ ଜଣାପଡିଛି ଯେ କ୍ୟାପଟେନ ଦଳ ପ୍ରତି ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଇଥିଲେ । ସେ ଆହୁରି କହିଛନ୍ତି ଯେ, ଏବେ ସେ ଆଉ ପଞ୍ଜାବର ମୁଖ୍ୟମନ୍ତ୍ରୀ ନାହାଁନ୍ତି । କିନ୍ତୁ ଏବେବି ପଞ୍ଜାବ ସମ୍ପୂର୍ଣ୍ଣ ତାଙ୍କର । ତେବେ ସେ ଗୃହମନ୍ତ୍ରୀ ଅମିତ ଶାହା ଓ ଜାତୀୟ ସୁରକ୍ଷା ପରମର୍ଶଦାତା ଅଜିତ ଡୋଭଲାଙ୍କୁ ଭେଟିଥିବା କହିଛନ୍ତି । କ୍ୟାପଟେନ କଂଗ୍ରେସ ଛାଡିବା ପରେ କେଉଁ ଦଳରେ ଯୋଗ ଦେବେ ତାକୁ ନେଇ ଏବେ ସସପେନ୍ସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ