Masthead

ଅସହ୍ୟ ହେଉଛି ଟାଟା ପାୱାରର ଜୁଲୁମ

ବରଗଡ଼(ବଡ଼ ଖବର ବ୍ୟୁରୋ): ତେଜିଲା ଆନ୍ଦୋଳନ । ଟାଟା ପାୱାରର ଜୁଲୁମ ଦିନକୁ ଦିନ ଅସହ୍ୟ ହେଉଛି । ବିନା କୌଣସି କାରଣରେ କର୍ମଚାରୀମାନଙ୍କୁ ବହିଷ୍କାର କରାଯାଉଛି । ପ୍ରାୟ ୭୫୦ରୁ ଉର୍ଦ୍ଧ କର୍ମଚାରୀ ଏବେ ରାଜରାସ୍ତାରେ । ଏନେଇ ଆଜି ପ୍ରାୟ ଶତାଧିକ କର୍ମଚାରୀ ରେମୁଣା ସ୍ଥିତ ଟିପି ଏବ ଓ ଡିଏଲ କାର୍ଯ୍ୟାଳୟ ସମ୍ମୁଖରେ ସମୂୟ ଗଣ ଧାରଣା ଦେବା ସହ ଆନ୍ଦୋଳଚନକୁ ତୀବ୍ର କରିଛନ୍ତି । ସେମାନଙ୍କ ଏହି ଧାରଣାକୁ ନେସ୍କୋ ଶକ୍ତି ମିଳିତ ମଞ୍ଚ ଓ ବିଜେପି ପକ୍ଷରୁ ସମର୍ଥନ କରି ଅହରାତ୍ର ଧାରଣା ଦିଆଯାଇଥିଲା । ଦୀର୍ଘ ୨୦-୨୫ ବର୍ଷ ଧରି ନେସ୍କୋରେ କାମ କରୁଥିଲେ ଏହି ୭୫୦ କର୍ମଚାରୀ । ହେଲେ ଗତ ବର୍ଷ ଯେବେଠୁ ବିଦ୍ୟୁତ ବିଭାଗକୁ ରାଜ୍ୟ ସରକାର ଟାଟା ହାତରେ ଟେକିଦେଲା ପରେ ଏହି କର୍ମଚାରୀମାନଙ୍କୁ ଟାଟା ପାୱାର ବିଭିନ୍ନ ଆଲ ଦେଖାଇ ଛଟେଇ କରିଆସୁଛି ।

ଏତେ ବର୍ଷ ଧରି କାମ କରୁଥିବା ଏହି କର୍ମଚାରୀ ମାନଙ୍କୁ ହଠାତ ଟାଟା ନାଲି ଆଖି ଦେଖାଇବା ସହ ସେମାନଙ୍କ ଉପରେ ଜୁଲୁମ କରୁଛି । ଏପରିକି ଓଡ଼ିଆ କଣ୍ଟ୍ରାକ୍ଟରମାନଙ୍କୁ ଛଟେଇ କରି ତାଙ୍କ ସ୍ଥାନରେ ଅଣ ଓଡ଼ିଆମାନଙ୍କୁ ନିଯୁକ୍ତ କରିଆସୁଛି । ଯାହାଫଳରେ ଅନେକ ଓଡ଼ିଆ କଣ୍ଟ୍ରାକ୍ଟର ନିଜର ରୋଜଗାର ହରାଇଛନ୍ତି । ପୂର୍ବରୁ ଉକ୍ତ ଛଟେଇ କର୍ମଚାରୀମାନେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ଭେଟି ଦାବି ପତ୍ର ମଧ୍ୟ ଦେଇଥିଲେ । ଏହା ପରେ ଶ୍ରୀ ଷଡଙ୍ଗୀ ଟାଟା କତ୍ତ୍ୟପକ୍ଷଙ୍କ ସହ ଆଲୋଚନା କରି ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହି ନିର୍ଦ୍ଦେଶକୁ ଟାଟା କର୍ତ୍ତୃପକ୍ଷ କର୍ଣ୍ଣପାତ କରିନଥିଲେ । ତେଣୁ ଏହି ଆନ୍ଦୋଳନକୁ ସମର୍ଥନ କରି ବିଜେପି ମଧ୍ୟ ରାଜରାସ୍ତାକୁ ଓହ୍ଲାଇଥିଲା । କେବଳ ଏତିକି ନୁହେଁ ବରଂ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଓ ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଆନ୍ଦୋଳନସ୍ଥଳରେ ପହଞ୍ଚିଥିଲେ ।

ଏହା ସହ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସ୍ପଷ୍ଟ କରିଥିଲେ । ଓଡ଼ିଆ କୁଶଳୀ ଶ୍ରମିକମାନଙ୍କୁ ବାହାର କରି ସେହି ସ୍ଥାନରେ ଅନ୍ୟ ରାଜ୍ୟର ଶ୍ରମିକମାନଙ୍କୁ ସୁଯୋଗ ଦେବାରେ ଟାଟା ପାୱାର ମଧୁଚନ୍ଦ୍ରିକା ପଦାରେ ପଡ଼ିଛି । ତେବେ ଚାକିରୀ ହରାଇଥିବା ୭୫୦ କର୍ମଚାରୀଙ୍କୁ କେବେ ନିଯୁକ୍ତି ମିଳୁଛି ତାହା ବର୍ତ୍ତମାନ ଦେଖିବାର ବିଷୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା