Masthead

“ବିଜେପି ପାଇଁ ଗାନ୍ଧି ନୁହେଁ ନାଥୁରାମ ଗଡସେ ହେଲେ ଜାତିର ପିତା”

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜେଏନୟୁ ରେ ଛାତ୍ର ଆନ୍ଦୋଳନ ପରଠାରୁ କହ୍ନେୟା କୁମାରଙ୍କୁ ବିଜେପି ସବୁବେଳେ  ‘ଟୁକଡେ ଟୁକଡେ ଗ୍ୟାଙ୍ଗ’ କହିଆସୁଛି । ଏବେ କଂଗ୍ରେସରେ ଯୋଗ ଦେବା ପରେ ଏହାକୁ ବିଜେପି ବିରୋଧରେ ପ୍ରୟୋଗ କରିଛନ୍ତି କହ୍ନେୟା କୁମାର । ସେ କହିଛନ୍ତି ବିଜେପି ମାନେ ଭାରତକୁ ଖଣ୍ଡ ଖଣ୍ଡ କରିବାକୁ ଚାହୁଁଥିବା ଗ୍ୟାଙ୍ଗ ବୋଲି କହୁଛି । ବିଜେପି ଗାନ୍ଧି ନୁହେଁ ଗଡସେଙ୍କୁ ଜାତିର ପିତା ବିବେଚନା କରୁଛନ୍ତି ବୋଲି ମତ ଦେଇଛନ୍ତି କହ୍ନେୟା ।

ଏଭଳି ମାନସିକତାକୁ ବିରୋଧ କରିବାକୁ ପଡିବ ବୋଲି ସେ କହିଛନ୍ତି । ଏଥିପାଇଁ କଂଗ୍ରେସ ଦଳକୁ ସୁଦୃଢ ହେବା ପାଇଁ ପଡ଼ିବ । ଯେଉଁମାନେ କେବଳ ନିଜର ରାଜନୈତିକ କ୍ୟାରିଅର ଚିନ୍ତା କରୁଛନ୍ତି ସେ ହିଁ ବିଜେପିରେ ଯୋଗ ଦେଉଛନ୍ତି । କଂଗ୍ରେସ ନେତୃତ୍ୱକୁ ଦଳ ଭିତରେ ସମାଲୋଚନା ବିଜେପିକୁ ଫାଇଦା ଦେଉଛି ବୋଲି ସେ କହିଛନ୍ତି । ଯେତେବେଳେ ଦେଶରେ କଂଗ୍ରେସ ଅଧିକ ସଫଳ ହେବ ସେତେବେଳେ ବିଜେପି ଅଧିକ ପରାଜୟ ସମ୍ନା କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ