Masthead

ବିଶ୍ୱରେ ୧୦ଲକ୍ଷ ମୁଣ୍ଡ ନେଲାଣି ମହାମରୀ କରୋନା

(ବଡ଼ ଖବର ବ୍ୟୁରୋ): ସାରା ବିଶ୍ୱରେ କାରୋନା ତା’ର କାୟା ମେଲାଇ ଚାଲିଛି । ଆକ୍ରାନ୍ତ ସଂଖ୍ୟାରେ ଲାଗୁନି ଲଗାମ । ପ୍ରତିଦିନ ନୂଆ ନୂଆ ଆକ୍ରାନ୍ତ ଚହ୍ନଟ ହେଉଛନ୍ତି । ସେହି ଅନୁପାତରେ ବଢିଚାଲିଛି ମୃତ୍ୟୁହାର । ଚିନର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ବର୍ତ୍ତମାନ ବିଶ୍ୱର ୨୧୩ ଦେଶକୁ ବ୍ୟାପିଲାଣି । ସାରା ବିଶ୍ୱରେ ମୋଟ ୩କୋଟି ୫୬ଲକ୍ଷ ୯୨ ହଜାର ୬୭୮ ଜଣ ଆକ୍ରାନ୍ତ ହୋଇସାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨କୋଟି ୬୮ଲକ୍ଷ ୫୮ହଜାର ୬୪୧ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ୧୦ଲକ୍ଷ ୪୫ ହଜାର ୮୨୮ ମୁଣ୍ଡ ନେଲାଣି ମହାମରୀ କରୋନା ।

ରିପୋର୍ଟ ଅନୁଯାୟୀ କରୋନା ଗ୍ରାଫରେ ସବୁଠାରୁ ଶୀର୍ଷରେ ରହିଛି ଆମେରିକା । ଆମେରିକାରେ ଏଜାବତ୍ ୭୫ଲକ୍ଷ ୭୯ହଜାର ୬୭୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦ଲକ୍ଷ ୩୯ହଜାର ୧୯୯ଜଣଙ୍କ ମୃତ୍ୟୁ ହୋଇସାରିଛି । ଆକ୍ରାନ୍ତଙ୍କ ସଂଖ୍ୟାରେ ଭାରତ ହେଉଛି ବିଶ୍ୱରେ ଦ୍ୱିତୀୟ । ଭାରତରେ ୬୬ଲକ୍ଷରୁ ଉଦ୍ଧ୍ୱର୍ ମାମଲା ଥିବା ବେଳେ ୫୫ଲକ୍ଷ ୬୮ହଜାର ୭୦୪ ସୁସ୍ଥ ହୋଇଛନ୍ତି । ଦେଶରେ ୧ଲକ୍ଷ ୨ ହଜାର ୬୮୫ଟି ଜୀବନ ନେଇଛି କରୋନା । ଦେଶରେ ବର୍ତ୍ତମାନ ୯ଲକ୍ଷ ୩୪ ହଜାର ୪୨୭ଟି ସକ୍ରିୟ ମାମଲା ରହିଛି । ଆକ୍ରାନ୍ତଙ୍କ ସଂଖ୍ୟାରେ ତୃତୀୟ ସ୍ଥାନରେ ଥିବା ବ୍ରାଜିଲରେ ମୃତ୍ୟୁ ସଖ୍ୟା ଢେର ଅଧିକ । ମୃତ୍ୟୁ ସଂଖ୍ୟାରେ ବିଶ୍ୱରେ ଦ୍ୱତୀୟ ସ୍ଥାନରେ ରହିଛି ବ୍ରାଜିଲ । ୪୯ଲକ୍ଷ ୧୫ ହଜାର ୨୮୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧ଲକ୍ଷ ୪୬ହଜାର ୩୫୨ମୁଣ୍ଡ ନେଇଛି କରୋନା । ଏକଦା ଗ୍ରାଫର ଶିର୍ଷରେ ଥିବା ଋଷ ବର୍ତ୍ତମାନ ଚତୁର୍ଥ ସ୍ଥାନରେ ରହିଛି । ଋଷରେ ମୋଟ ୧କୋଟି ୨୨ଲକ୍ଷ ୫ହଜାର ୮୮୯ ମାମଲା ଥିବା ବେଳେ ସେଥିମଧ୍ୟରୁ ୨୧ ହଜାର ୪୭୫ଟି ମୃତ୍ୟୁ ମାମଲା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼