Masthead

କୃଷକଙ୍କ ବିରୋଧରେ ଥିବା ମାମଲା ପ୍ରତ୍ୟାହାର କଲେ ଚନ୍ନି

ଚଣ୍ଡିଗଡ(ବଡ଼ ଖବର ବ୍ୟୁରୋ):  ଗତ କିଛି ଦିନ ହେବ ପଞ୍ଜାବ ରାଜନୀତିରେ ଚାଲିଛି ହାଇଡ୍ରାମା । କ୍ୟାପଟେନ ଅମରିନ୍ଦର ସିଂହଙ୍କ ଇସ୍ତଫା ପରେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ ସିଂହ ଚନ୍ନି ଦାୟିତ୍ୱ ଗ୍ରହଣ କରିଛନ୍ତି । ତେବେ ଏହାରି ଭିତରେ ଚନ୍ନି ଆଜି କୃଷକଙ୍କୁ ନେଇ ଏକ ବଡ ଘୋଷଣା କରିଛନ୍ତି । ନିକଟରେ ରେଲୱେ ଟ୍ରାକ ଉପରେ ଧାରଣା ଦେବାକୁ ନେଇ କୃଷକ ଉପରେ ଆରପିଏଫ ତରଫରୁ କରାଯାଇଥିବା କେସ୍ ରଦ୍ଦ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଶୀଘ୍ର ଏହି ମାମାଲାକୁ ପ୍ରତ୍ୟାହାର କରିବାକୁ ସେ କହିଛନ୍ତି । କୃଷି ଆଇନକୁ ବିରୋଧ କରିବା ସମୟରେ ଶତାଧିକ କୃଷକ ରେଳ ଟ୍ରାକରେ ବସି ଧାରଣା ଦେଇଥିଲେ । ତାଙ୍କ ବିରୋଧରେ ଏ ନେଇ ଏଫାଆଇଆର ମଧ୍ୟ ରୁଜୁ ହୋଇଥିଲା ।

ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ଚନ୍ନି କରୋନା ମହାମାରୀରେ ବାପା-ମା’ ହରାଇଥିବା ଝିଅଙ୍କ ପାଇଁ ଆର୍ଶୀବାଦ ଯୋଜନାରେ ଇନକମ ଲିମିଟ ବା ଆୟ ସୀମା ହଟାଇବା ପାଇଁ ଘୋଷଣା କରିଛନ୍ତି । ତେବେ ମୁଖମନ୍ତ୍ରୀ ଚନ୍ନି ଶପଥ ନେବା ପୂର୍ବରୁ କୃଷକଙ୍କ ପାଇଁ ପାଣି ଓ ବିଦ୍ୟୁତ ବିଲ ଛାଡ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ପ୍ରଥମ କ୍ୟାବିନେଟ ବୈଠକ ପରେ ଚନ୍ନି ୨ କିଲୋ ୱାଟ ପର୍ଯ୍ୟନ୍ତ ବିଦ୍ୟୁତ ବିଲ ଛାଡ କରିବାକୁ ଦେଇଥିବା ପ୍ରତିଶୃତି ପୂରଣ କରିଛନ୍ତି । ଏହା ସହ ଯେଉଁମାନଙ୍କ ବିଦ୍ୟୁତ କାଟ କରାଯାଇଥିଲା ସେମାନଙ୍କୁ ପୁଣି ଥରେ ବିଦ୍ୟୁତ କନେକ୍ସନ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ଏହି ସୁବିଧାରେ ୫୩ ଲକ୍ଷ ଲୋକ ଉପକୃତ ହୋଇପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା