Masthead

କୃଷକଙ୍କ ବିରୋଧରେ ଥିବା ମାମଲା ପ୍ରତ୍ୟାହାର କଲେ ଚନ୍ନି

ଚଣ୍ଡିଗଡ(ବଡ଼ ଖବର ବ୍ୟୁରୋ):  ଗତ କିଛି ଦିନ ହେବ ପଞ୍ଜାବ ରାଜନୀତିରେ ଚାଲିଛି ହାଇଡ୍ରାମା । କ୍ୟାପଟେନ ଅମରିନ୍ଦର ସିଂହଙ୍କ ଇସ୍ତଫା ପରେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ ସିଂହ ଚନ୍ନି ଦାୟିତ୍ୱ ଗ୍ରହଣ କରିଛନ୍ତି । ତେବେ ଏହାରି ଭିତରେ ଚନ୍ନି ଆଜି କୃଷକଙ୍କୁ ନେଇ ଏକ ବଡ ଘୋଷଣା କରିଛନ୍ତି । ନିକଟରେ ରେଲୱେ ଟ୍ରାକ ଉପରେ ଧାରଣା ଦେବାକୁ ନେଇ କୃଷକ ଉପରେ ଆରପିଏଫ ତରଫରୁ କରାଯାଇଥିବା କେସ୍ ରଦ୍ଦ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଶୀଘ୍ର ଏହି ମାମାଲାକୁ ପ୍ରତ୍ୟାହାର କରିବାକୁ ସେ କହିଛନ୍ତି । କୃଷି ଆଇନକୁ ବିରୋଧ କରିବା ସମୟରେ ଶତାଧିକ କୃଷକ ରେଳ ଟ୍ରାକରେ ବସି ଧାରଣା ଦେଇଥିଲେ । ତାଙ୍କ ବିରୋଧରେ ଏ ନେଇ ଏଫାଆଇଆର ମଧ୍ୟ ରୁଜୁ ହୋଇଥିଲା ।

ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ଚନ୍ନି କରୋନା ମହାମାରୀରେ ବାପା-ମା’ ହରାଇଥିବା ଝିଅଙ୍କ ପାଇଁ ଆର୍ଶୀବାଦ ଯୋଜନାରେ ଇନକମ ଲିମିଟ ବା ଆୟ ସୀମା ହଟାଇବା ପାଇଁ ଘୋଷଣା କରିଛନ୍ତି । ତେବେ ମୁଖମନ୍ତ୍ରୀ ଚନ୍ନି ଶପଥ ନେବା ପୂର୍ବରୁ କୃଷକଙ୍କ ପାଇଁ ପାଣି ଓ ବିଦ୍ୟୁତ ବିଲ ଛାଡ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ପ୍ରଥମ କ୍ୟାବିନେଟ ବୈଠକ ପରେ ଚନ୍ନି ୨ କିଲୋ ୱାଟ ପର୍ଯ୍ୟନ୍ତ ବିଦ୍ୟୁତ ବିଲ ଛାଡ କରିବାକୁ ଦେଇଥିବା ପ୍ରତିଶୃତି ପୂରଣ କରିଛନ୍ତି । ଏହା ସହ ଯେଉଁମାନଙ୍କ ବିଦ୍ୟୁତ କାଟ କରାଯାଇଥିଲା ସେମାନଙ୍କୁ ପୁଣି ଥରେ ବିଦ୍ୟୁତ କନେକ୍ସନ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ଏହି ସୁବିଧାରେ ୫୩ ଲକ୍ଷ ଲୋକ ଉପକୃତ ହୋଇପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ