Masthead

ଏନସିବି ଆଗରେ କାନ୍ଦିଲେ ଆର୍ଯ୍ୟନ୍

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):   ଡ୍ରକ୍ସ ମାମଲାରେ ଛନ୍ଦି ହୋଇଛନ୍ତି ବଲିଉଡ ବାଦଶାହା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ୍ । ଗତକାଲି ତାଙ୍କୁ ପୋଲିସ ଡ୍ରକ୍ସ ଲିଙ୍କ ମାମାଲାରେ ଗିରଫ କରିଥିଲା । ତେବେ ଆଜି ଆର୍ଯ୍ୟନ ଏନସିବି ଆଗରେ ସବୁକିଛି ସତ ମାନି ନେଇଛନ୍ତି । ଏନସିବିର ଜେରା ବେଳେ ଆର୍ଯ୍ୟନ କାନ୍ଦି ପାକାଇଥିଲେ । ନିଜ କୋହକୁ ଅଟକାଇ ପାରି ନଥିଲେ । ଆଉ ଶେଷରେ ଏନସିବି ସମ୍ମୁଖରେ ସବୁ କିଛି ସତ ମାନି ଖୋଲି କହିଛନ୍ତି  ଆର୍ଯ୍ୟନ । ଶନିବାର ରେଭ ପାର୍ଟିରେ ସାମିଲ ହେବା ଅଭିଯୋଗରେ ସେ ଧରା ପଡିଥିଲେ । ପରେ ରବିବାର ଏନସିବି ତାଙ୍କୁ ଗିରଫ କରିଛି । ଗିରଫ ପରେ ଅଧିକ ପଚରାଉଚରା ମଧ୍ୟ କରୁଛି । ନିଜେ ଡ୍ରଗସ ନେଉଥିବା କଥା ମାନିଛନ୍ତି ଆର୍ଯ୍ୟନ । ସେ ଗତ ୪ ବର୍ଷ ହେଲା ଲଗାତାର ଡ୍ରଗସ ନେଉଥିବା କଥା ସ୍ୱୀକାର କରିଛନ୍ତି ।

ସୂତ୍ରରୁ ଜଣପଡିଛି ଯେ, କିଙ୍କଖାନ୍ ତାଙ୍କ ପୁଅ ଆର୍ଯ୍ୟନଙ୍କ ସହ ଫୋନରେ କଥା ହୋଇଛନ୍ତି । ଆଇନ ଆନୁସାରେ ଆର୍ଯ୍ୟନ ଗିରଫ ହେବା ପରେ, ଏନସିବି ଶାହାରୁଖଙ୍କୁ ତାଙ୍କ ପୁଅ ସହ କଥା କରେଇଥିଲେ । ତେବେ ଆର୍ଯ୍ୟନ ଏନସିବିର ପଚରାଉଚରା ବେଳେ କାନ୍ଦିଥିବା ଜଣ ପଡିଛି । ଅନେକ ପଚରାଉଚରା ପରେ ଏନସିବି ଜାଣିବାକୁ ପାଇଥିଲା ଯେ, ଆର୍ଯ୍ୟନ ବର୍ଷେ କି ୨ ବର୍ଷ ନୁହେଁ ଗତ ୪ ବର୍ଷ ହେବ ସେ ଏହି ନିଶା ସେବନ କରୁଛନ୍ତି । ଖାଲି ଏତିକି ନୁହେଁ ସେ ୟୁକେ, ଦୁବାଇ ଓ ଅନ୍ୟ ଦେଶରେ ବି ଡ୍ରଗସ ନେଉଥିବା କଥା ମାନିଛନ୍ତି । ଆର୍ଯ୍ୟନ ଡ୍ରଗସ କିଣା ବିକାରେ ବି ସାମିଲ ଥିବା କଥା ସାମ୍ନାକୁ ଆସିଛି ।

ଏହି ମାମାଲାରେ ପୋଲିସ ଆର୍ଯ୍ୟନଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି । ସମସ୍ତଙ୍କ ଫୋନ ଜବତ କରିବା ସହ ଫୋନର ମେସେଜ ଖୋଳାତାଡ କରିଛି । ଖୋଳାତାଡ ବେଳେ ଡ୍ରଗ୍ସ ସେଲର ଓ ପେଡେଲରଙ୍କ ସହ ଲିଙ୍କରେ ଥିବା କଥା ସାମ୍ନାକୁ ଆସିଛି । ଏନସିବି ଉଭୟ ଆର୍ଯ୍ୟନ ଓ ଅରବାଜଙ୍କୁ ମୁହାଁମୁହିଁ ବସାଇ ଜେରା କରିଛି । ଗତକାଲିର ଚଢାଉ ପରେ ଏନସିବି ବିପୁଳ ପରିମାଣର ଡ୍ରଗସ ଜବତ କରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା