Masthead

କେତେ ସୁରକ୍ଷିତ ଧାମରା ?

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ):  କେତେ ସୁରକ୍ଷିତ ଧାମରା ବନ୍ଦର ? ଚାନ୍ଦିପୁର ପରେ ଏବେ ଧାମରା ବନ୍ଦର ଓ କାଲାମ ଦ୍ୱିପର ସୁରକ୍ଷା ନେଇ ଉଠିଲା ପ୍ରଶ୍ନ । ଧାମରାର ଚାରିପାଖେ ବୁଲୁଛନ୍ତି ମାଳମାଳ ବାଲାଂଦେଶୀ ସନ୍ଦିଗ୍ଧ । ମାଛ ମାରିବା ନାଁରେ ଧାମରାକୁ ଅବାଧରେ ପ୍ରବେଶ କରୁଛନ୍ତି ବାଲାଁଦେଶୀ । ସ୍ଥାନୀୟ ସରଣାର୍ଥଙ୍କ ସହାୟତାରେ ଅନୁପ୍ରବେଶକାରୀ ମାନେ ବାରମ୍ବାର ଧାମରା ଭିତରକୁ ପଶୁଛନ୍ତି । ଏହି ଅନୁପ୍ରେବେଶକାରୀଙ୍କ ସମ୍ପର୍କରେ ସ୍ଥାନିୟ ପୋଲିସ ପାଖରେ କୌଣଷି ତଥ୍ୟ ମଧ୍ୟ ରହୁନାହିଁ । ଯାହା ଓଡ଼ିଶାର ତୃତୀୟ ବୃହତ୍ତମ ବନ୍ଦରର ସୁରକ୍ଷା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ବାଲାଂଦେଶି ଅନୁପ୍ରବେଶକରୀଙ୍କ କୌଣଷି ତଥ୍ୟ ନାଁ ଜିଲ୍ଲା ପ୍ରଶାସନ ରଖୁଛି ନାଁ ଗୁଇନ୍ଦା ବିଭାଗ ପାଖରେ ଅଛି । ଫଳରେ ପ୍ରତିଦିନ ଶହସହ ସଂଖ୍ୟାରେ ଅନୁପ୍ରବେଶକରୀ ଅବାଧରେ ଧାମରାରେ ପଶିବାକୁ ସକ୍ଷମ ହେଉଛନ୍ତି । ଚାନ୍ଦବାଲି ବ୍ଲକର ଧାମରା,ଦୋଷିଙ୍ଗା,କଇଥଖୋଲା,କରଞ୍ଜମାଳ,ଚୂଡାମୁଣୀ,କଶିଆ, ତାଳଚୁଆ ଆଦି ସ୍ଥାନରେ ବସତି ସ୍ଥାପନ କରି ରହିଛନ୍ତି । ପ୍ରଶାସନ ତୁରନ୍ତ ଏହି ସବୁ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ସହ ଏମାନଙ୍କ ଉପରେ ନଜର ରଖିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ