Masthead

ଜନ୍ମଦିନ ପାଳିଲେ ଓଡିଶାର ରିଲ୍ ତଥା ରିୟଲ୍ ହିରୋ ସବ୍ୟସାଚୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଓଡିଆ ସିନେ ଜଗତର ପପୁଲାର ଆକ୍ଟର ତଥା ସାରା ଓଡିଶା ଲୋକଙ୍କ ପାଇଁ ରିୟଲ ହିରୋ ସାଜିଥିବା ସବ୍ୟସାଚୀ ମିଶ୍ରଙ୍କର ଆସି ହେଉଛି ଜନ୍ମଦିନ । ୩୭ ବର୍ଷ ବୟରେ ପାଦ ଥାପିଛନ୍ତି ସବ୍ୟ । କରୋନା ସମୟରେ ସେ ଯେପରି ରିୟଲ ହିରୋ ସାଜି ଲୋକମାନଙ୍କୁ ସାହାଯ୍ୟ କରିଛନ୍ତି ସେଥିପାଇଁ ଆଜି ଅନେକ ଲୋକ ସେଲିବ୍ରେଟ୍ କରିଛନ୍ତି ତାଙ୍କ ଜନ୍ମଦିନକୁ । ଫ୍ୟାନ୍ସ ମାନଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ତାଙ୍କ ସୋସିଆଲ ମିଡିଆ ଜରିଆରେ ଜଣାଇଛନ୍ତି ଶୁଭେଚ୍ଛା । ତା ସହ ପତ୍ନୀ ଅର୍ଚ୍ଚିତା ମଧ୍ୟ ସବ୍ୟଙ୍କ ଫଟୋ ସହ ଏକ ସ୍ପେସିଆଲ ପୋଷ୍ଟ ସେୟାର କରିଛନ୍ତି ସୋସିଆଲ ମିଡିଆରେ । ଦୁହିଁଙ୍କର ମିଡନାଇଟ୍ ସେଲିବ୍ରେସନର ଫଟୋ ଏବେ ଭାଇରାଲ୍ ହେଉଛି ସବୁଠି । ଫଟୋରେ ସବ୍ୟ କେକ୍ କାଟୁଥିବା ବେଳେ ଅର୍ଚ୍ଚିତା ମଧ୍ୟ ତାଙ୍କ ସହ ରହିଛନ୍ତି । ବିବାହ ପରେ ସବ୍ୟଙ୍କର ଏହା ପ୍ରଥମ ଜନ୍ମଦିନ ଯାହା ସେ ଅର୍ଚ୍ଚିତାଙ୍କ ସହ ସେଲିବ୍ରେଟ୍ କରିଛନ୍ତି । ତେବେ ଏହି ଯୋଡି ଓଲିଉଡର ସବୁଠାରୁ ପପୁଲାର ଯୋଡି ହୋଇଥିବା ବେଳେ ଦୁହିଁଙ୍କର ଅନେକ ଫ୍ୟାନ୍ସ ଆଜି ରହିଛନ୍ତି ପୁରାପୂରି ସେଲିବ୍ରେଶନ ମୁଡ୍ରେ ।

ସବ୍ୟସାଚୀ ହେଉଛନ୍ତି ଓଡିଆ ସିନେ ଜଗତର ଜଣେ ସୁପରଷ୍ଟାର ଆକ୍ଟର । ୨୦୦୭ରୁ ଫିଲ୍ମ ‘ପାଗଳ ପ୍ରେମୀ’ ମାଧ୍ୟମରେ ଅଭିନୟ ଜଗତକୁ ଏଣ୍ଟ୍ରି କରିଥିବା ସବ୍ୟ ଆଜି ବେଶ୍ ସଫଳ ତାଙ୍କ ଫିଲ୍ମି କ୍ୟାରିୟରରେ । ନିଜ ପ୍ରଥମ ଫିଲ୍ମରୁ ହିଁ ସେ ପାଇଥିଲେ ଓଡିଶା ଷ୍ଟେଟ୍ ଫିଲ୍ମ ଆୱାର୍ଡ । ପରେ ପରେ ଫିଲ୍ମ ମୁଁ ସପନର ସୌଦାଗର, ତୋ ବିନା ଭଲ ଲାଗେନା, ମତେ ଆଣିଦେଲ ଲକ୍ଷେ ଫଗୁଣ, ଧିରେ ଧିରେ ପ୍ରେମ ହେଲା, ପାଗଳ କରିଛି ପାଉଁଜି ତୋର ଏପରି ଅନେକ ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି ସବ୍ୟସାଚୀ । ଖାସ୍ କରି ତାଙ୍କର ଅଧିକାଶଂ ଫିଲ୍ମରେ ସେ ଅର୍ଚ୍ଚିତାଙ୍କ ସହ ନଜର ଆସିଛନ୍ତି । ସବ୍ୟ ଓ ଅର୍ଚ୍ଚିତାଙ୍କ ଯୋଡି ଓଲିଉଡର ପପୁଲାର ଯୋଡି ହୋଇଥିବା ବେଳେ ଦୁହିଁଙ୍କର ସବୁ ମୁଭି ବକ୍ସ ଅଫିସରେ ହୋଇଛି ସୁପରହିଟ୍ । ତେବେ ଏହି ଦୁହିଁଙ୍କ ସମ୍ପର୍କକୁ ନେଇ ଅନେକ କଥା ଶୁଣିବାକୁ ମିଳୁଥିବା ବେଳେ ୨୦୨୧ ମାର୍ଚ୍ଚ ୧ ତାରିଖରେ ଦୁହେଁ ପରସ୍ପରକୁ ବିବାହ କରିଥଇଲେ । ରୟାଲ ଷ୍ଟାଇଲରେ ଏହି ମ୍ୟାରେଜ ହୋଇଥିବା ବେଳେ ଦୁହିଁଙ୍କ ମ୍ୟାରେଜର ଫଟୋ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଥିଲା ।

ତେବେ ଏହା ସହ ସବ୍ୟସାଚୀ କରୋନା ସମୟରେ ଯେପରି ଭାବରେ ଲୋକଙ୍କୁ ସାହାଯ୍ୟ କରିଛନ୍ତି ଅନେକ ଲୋକ ତାଙ୍କୁ ଭଗବାନ ବୋଲି ମାନିଥାନ୍ତି । ରିଲ୍ ହିରୋ ସହ ତାଙ୍କୁ ରିୟଲ ହିରୋ କହିଥାନ୍ତି ସମସ୍ତେ । ତେବେ କେବଳ କୋଭିଡ୍ ସମୟ ନୁହେଁ ସେ ସବୁବେଳେ ଲେକମାନଙ୍କୁ ସାହାଯ୍ୟ କରିବା ଜାରି ରଖିଥାନ୍ତି । ଅନେକ ଗରିବ ଲୋକଙ୍କୁ ସେ ସାହାଯ୍ୟ କରି ସେ ଏବେ ଓଡିଶାର ଜଣେ ରିୟଲ ହିରୋ ଭାବେ ପରିଚିତ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା