Masthead

ମାଁ ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ

ବଲାଙ୍ଗିର(ବଡ଼ ଖବର ବ୍ୟୁରୋ):  ଆଜି ପବିତ୍ର ମହାଳୟା। ଏହି ଅବସରରେ ବଲାଙ୍ଗିରର ଇଷ୍ଟଦେବୀ ମାଁ ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ I ମାଙ୍କ ବେଶ ପାଇଁ ଆଜି ସକାଳ ୫ ଟାରୁ  ସକାଳ ମହାଆଳତି ଓ ମହାସ୍ନାନ କରାଯିବା ସହ ରୀତିକାନ୍ତିରେ ପୂଜାର୍ଚ୍ଚନା କରାଯାଇଥିଲା।  ଆଜି ଆଶ୍ଵିନ ମାସ କୃଷ୍ଣ ପକ୍ଷ ମହାଳୟା ଅମାବାସ୍ୟା ତିଥିରେ ମା ସମଲେଶ୍ଵରୀ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି I ତେବେ ସବୁଦିନ ମାଙ୍କ ବର୍ଣ୍ଣ ଲୋହିତ ହୋଇଥିବା ବେଳେ ଆଜି ମାଁ ଶ୍ଵେତ ବର୍ଣ୍ଣ ଧାରଣ କରି ଦର୍ଶନ ଦେଉଛନ୍ତି I

ମାଙ୍କ ଏହି ଧବଳମୁଖୀ ବେଶକୁ ପାପହାରିଣୀ ଗଙ୍ଗା ବେଶ ବୋଲି ଭକ୍ତମାନେ ଗ୍ରହଣ କରିଥାନ୍ତି I ଆଜି ମାଙ୍କୁ ଦର୍ଶନ କଲେ ଗଙ୍ଗା ଦର୍ଶନର ପୁଣ୍ୟ ପ୍ରାପ୍ତ ହୁଏ ବୋଲି ଭକ୍ତଙ୍କ ବିଶ୍ବାସ ରହିଛି I ତେଣୁ ଭକ୍ତମାନେ ଆସି ମାଙ୍କ ଏହି ବେଶ ଦର୍ଶନ କରୁଛନ୍ତି I ହେଲେ କୋଭିଡ କଟକଣା ପାଇଁ ମନ୍ଦିର ବାହାରୁ ମାଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ