Masthead

କ୍ରୁଜ ଡ୍ରଗ୍ସ ମାମଲାରେ ଓଡ଼ିଶା ଲିଙ୍କ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ମୋ ପୁଅ ଉପରେ ମିଥ୍ୟା ଆରୋପ । ସେ ନିର୍ଦ୍ଦୋଶ । ହଁ ସେ ନିଶାସେବନ କରେ । କିନ୍ତୁ ଡ୍ରଗ୍ସ ନିଏ ନାହିଁ । ଗୋଟିଏ ସିଗାରେଟ ଗଞ୍ଜେଇ ସେ ନିଜେ ସେବନ କରିବା ପାଇଁ ରଖିଥିଲା । ସେ କାହାକୁ ବିକ୍ରି କରିନି କି କାହା ସହ ମୋ ପୁଅର ଲିଙ୍କ ନାହିଁ । ଡ୍ରଗ୍ସ ଲିଙ୍କରେ ପୁଅର ଗିରଫ ହେବା କଥା ସାମ୍ନାକୁ ଆସିବା ପରେ ବାପା ଏପରି ବୟାନ ଦେଇଛନ୍ତି । ସେପଟେ ବଲିଉଡ଼ ଷ୍ଟାର ଶାହରୁଖ ଖାନଙ୍କ ପୁଅ ନାମ ସାମ୍ନାକୁ ଆସିବା ପରେ ଏହା ଏକ ଭିନ୍ନ ମୋଡ଼ ନେବାରେ ଲାଗିଛି । ଏହା ମଧ୍ୟରେ ଏହି ମାମଲାରେ ଛନ୍ଦି ହୋଇଛନ୍ତି ଦୁଇ ଓଡ଼ିଆ । ସେମାନେ ହେଲେ ମନୀଷ ରାଜଗରିଆ ଏବଂ ଅଭିନ ସାହୁ । ଗିରଫ ହୋଇଥିବା ମନୀଷଙ୍କ ଘର ରାଉରକେଲା ହୋଇଥିବା ବେଳେ ଅଭିନଙ୍କ ଘର ସୁନ୍ଦରଗଡ଼ର ରଘୁନାଥପାଲୀ ଅଞ୍ଚଳରେ ବୋଲି ଜଣାପଡ଼ିଛି । ସେପଟେ ପୁଅର ଗିରଫଦାରୀକୁ ସହଜରେ ହଜମ କରିପାରି ନାହାଁନ୍ତି ତାଙ୍କ ବାପା । ମୋ ପୁଅ ଉପରେ ମିଥ୍ୟା ଆରୋପ ଲଗାଯାଉଛି । ସେ ନିର୍ଦ୍ଦୋଶ । ପୁଅ ନିଜ ସାଙ୍ଗମାନଙ୍କ ସହ ମୁମ୍ବାଇ ବୁଲିବାକୁ ଯାଇଥିଲା । ଏନେଇ ରାଉରକେଲାରୁ ୩୭ ଜଣ ସାଙ୍ଗ ଏକାଠି ଯାଇଥିଲେ ।

ଏହି ପାର୍ଟିରେ ମୋ ପୁଅ ପାଖରୁ ମାତ୍ର ୨.୪ ଗ୍ରାମ ଗଞ୍ଜେଇ ଜବତ ହୋଇଛି । ଗୋଟିଏ ସିଗାରେଟ ଗଞ୍ଜେଇ ସେ ନିଜେ ସେବନ କରିବା ପାଇଁ ରଖିଥିଲା । ସେ କାହାକୁ ବିକ୍ରି କରିନି କି କାହା ସହ ମୋ ପୁଅର ଲିଙ୍କ ନାହିଁ ବୋଲି ତାଙ୍କ ବାପା କହିଛନ୍ତି । କେବଳ ଏତିକି ନୁହେଁ ବରଂ ଏହି ଘଟଣାକୁ ଯେପରି ହାଇଲାଇଟ କରାଯାଉଛି, ସେଭଳି କୌଣସି ଅପରାଧ ମୋ ପୁଅ କରିନାହିଁ । ଏପରିକି ପୁଅକୁ ସାକ୍ଷାତ କରିବା ପାଇଁ ତାଙ୍କ ପୁଅ ମୁମ୍ବାଇ ଅଭିମୁଖେ ମଧ୍ୟ ବାହାରିଥିବାର କଥା ସାମ୍ନାକୁ ଆସିଛି । ହେଲେ ଏପର୍ଯ୍ୟନ୍ତ ତାଙ୍କ ପୁଅଙ୍କ ସହ କୌଣସି ସାକ୍ଷାତ ହୋଇପାରି ନାହିଁ । ଉଭୟଙ୍କର ଦେଖା ହେଲେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ତାଙ୍କ ବାପା ଦୃଢକ୍ତି ପ୍ରକାଶ କରିଛନ୍ତି ।

ଅନ୍ୟପଟେ ରେପ ପାର୍ଟି ମାମଲା ଦିନକୁ ଦିନ ନୂଆ ମୋଡ଼ ସୃଷ୍ଟି ହେବାରେ ଲାଗିଛି । ଅନ୍ୟପଟେ ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି । ତେବେ କ୍ରୁଜ ପାର୍ଟି ଆୟୋଜନ କରିଥିବା ଅନ୍ୟ ୪ ଜଣଙ୍କୁ ମଧ୍ୟ ଏନସିବି ଗିରଫ କରିଛି । ସବୁଠାରୁ ରୋଚକ କଥାଟି ହେଉଛି କିଛି ଲୋକ ଡ୍ରଗ୍ସ ସହ ଧରାପଡ଼ିବା ପରେ ମଧ୍ୟ ସେମାନେ କ୍ରୁଜ ସମୁଦ୍ରକୁ ଭିତରକୁ ନେଇ ପାର୍ଟି ଜାରି ରଖିଥିବା ନେଇ ଏହି ୪ ଜଣଙ୍କ ନାମରେ ଅଭିଯୋଗ ରହିଛି । ଏହିି ଅଭିଯୁକ୍ତମାନଙ୍କୁ ଆଜି କୋର୍ଟରେ ହାଜର ମଧ୍ୟ କରାଯାଇଛି । ଏହା ପୂର୍ବରୁ ଗତକାଲି ଦୁଇ ଅଭିଯୁକ୍ତ ଏବଂ ଦୁଇ ଡ୍ରଗ୍ସ ବ୍ୟବସାୟୀଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଏହି ମାମଲାର ଚର୍ଚ୍ଚିତ ଚେହେରା ଆର୍ୟନ ଖାନ ସମେତ ୮ଜଣଙ୍କୁ ଅକ୍ଟୋବର ୭ ଯାଏଁ ଏନସିବି ରିମାଣ୍ଡରେ ରଖାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ