Masthead

ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ସୁବର୍ଣ୍ଣପୁର (ବଡ଼ ଖବର ବ୍ୟୁରୋ): ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଖଇରଭାଡି ଗାଁର ନିର୍ମଳ ନାଗ ଓ ରଞ୍ଜିତାଙ୍କ ୫ବର୍ଷର ପୁଅ ଓମ୍ । ଖେଳିବା ବୁଲିବା ବୟସର ଓମ୍ ଯନ୍ତ୍ରଣାରେ ହେଉଛି ଛଟପଟ । ତାଙ୍କ କାଖରେ ପ୍ରଥମେ ମାଂସପିଣ୍ଡୁଳା ବଢିଥିଲା । ଏବେ ବେକରେ ବୃଦ୍ଧି ପାଉଛି । ବାପା ନିର୍ମଳ ଜଣେ ଗରିବ ଖଟିଖିଆ । ଘରେ ଯାହାଥିଲା ବିକ୍ରିକରି,ଜମି ବନ୍ଧାପକାଇ ଓମ୍ ଙ୍କ କାଖର ମାଂସପିଣ୍ଡୁଳାକୁ ବାପା ନିର୍ମଳ ଅପରେସନ କରାଇଥିଲେ ରାୟପୁରରେ । ବର୍ତ୍ତମାନ ବେକରେ ଅସ୍ୱାଭାବିକ ଭାବେ ବଢୁଥିବା ମାଂସପିଣ୍ଡୁଳା ତାଙ୍କୁ ଅଥୟ କରିଦେଉଛି । ଦିନମଜୁରି ଲାଗି ନିର୍ମଳ ଯାହା ରୋଜଗାର କରନ୍ତି, ଘର ଚଳଣିରେ ସବୁ ସରିଯାଉଛି । ତଥାପି ଧାରଉଧାର କରି ପୁଅକୁ ନିର୍ମଳ ବଲାଙ୍ଗୀର, ବୁର୍ଲା କଟକନେଇ ନିରାଶ ହୋଇପଡିଛନ୍ତି । ଅର୍ଥାଭାବ ଯୋଗୁଁ ପୁଅର ଚିକିତ୍ସା ହୋଇପାରୁନଥିବା ନିର୍ମଳ କହିଛନ୍ତି । ସରକାରୀ କିମ୍ବା ସେରକାରୀ ସହାୟତାକୁ ଏହି ପରିବାର ଚାହିଁ ବସିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ