Masthead

ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ସୁବର୍ଣ୍ଣପୁର (ବଡ଼ ଖବର ବ୍ୟୁରୋ): ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଖଇରଭାଡି ଗାଁର ନିର୍ମଳ ନାଗ ଓ ରଞ୍ଜିତାଙ୍କ ୫ବର୍ଷର ପୁଅ ଓମ୍ । ଖେଳିବା ବୁଲିବା ବୟସର ଓମ୍ ଯନ୍ତ୍ରଣାରେ ହେଉଛି ଛଟପଟ । ତାଙ୍କ କାଖରେ ପ୍ରଥମେ ମାଂସପିଣ୍ଡୁଳା ବଢିଥିଲା । ଏବେ ବେକରେ ବୃଦ୍ଧି ପାଉଛି । ବାପା ନିର୍ମଳ ଜଣେ ଗରିବ ଖଟିଖିଆ । ଘରେ ଯାହାଥିଲା ବିକ୍ରିକରି,ଜମି ବନ୍ଧାପକାଇ ଓମ୍ ଙ୍କ କାଖର ମାଂସପିଣ୍ଡୁଳାକୁ ବାପା ନିର୍ମଳ ଅପରେସନ କରାଇଥିଲେ ରାୟପୁରରେ । ବର୍ତ୍ତମାନ ବେକରେ ଅସ୍ୱାଭାବିକ ଭାବେ ବଢୁଥିବା ମାଂସପିଣ୍ଡୁଳା ତାଙ୍କୁ ଅଥୟ କରିଦେଉଛି । ଦିନମଜୁରି ଲାଗି ନିର୍ମଳ ଯାହା ରୋଜଗାର କରନ୍ତି, ଘର ଚଳଣିରେ ସବୁ ସରିଯାଉଛି । ତଥାପି ଧାରଉଧାର କରି ପୁଅକୁ ନିର୍ମଳ ବଲାଙ୍ଗୀର, ବୁର୍ଲା କଟକନେଇ ନିରାଶ ହୋଇପଡିଛନ୍ତି । ଅର୍ଥାଭାବ ଯୋଗୁଁ ପୁଅର ଚିକିତ୍ସା ହୋଇପାରୁନଥିବା ନିର୍ମଳ କହିଛନ୍ତି । ସରକାରୀ କିମ୍ବା ସେରକାରୀ ସହାୟତାକୁ ଏହି ପରିବାର ଚାହିଁ ବସିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ