Masthead

ଦୁଇ ସାମ୍ବାଦିକଙ୍କୁ ନୋବେଲ ପୁରସ୍କାର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ଦୁଇ ସାମ୍ବାଦିକଙ୍କୁ  ମିଳିବ ନୋବେଲ ଶାନ୍ତି ପୁରସ୍କାର । ମାରିଆ ରେସା ଓ ଦିମିତ୍ରି ମୁରତୋଭଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିବା ନେଇ ଘୋଷଣା ହୋଇଛି । ଆମେରିକୀୟ ଓ ଋଷିଆର ଦୁଇ ସାମ୍ବାଦିକଙ୍କୁ ବାକ୍ ସ୍ୱାଧୀନତା ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଛି । ତେବେ ଦିମିତ୍ର ମୁିରାତୋଭ ଦୀର୍ଘ ଦଶନ୍ଧି ହେଲାଣି ରୁଷର ଚ୍ୟାଲେଞ୍ଜିଂ ପରିବେଶର ମଧ୍ୟ ବାକ୍ ସ୍ୱାଧୀନତା ସପକ୍ଷରେ ନିଜ ଲଢେଇ ଜାରି ରଖିଛନ୍ତି ।

ସେହିପରି ୧୯୯୩ ମସିହାରେ ସେ ନିରପେକ୍ଷ ଖବର ପ୍ରସାରଣ କରୁଥିବା ନୋଭାଜା ଗାଜେଟ ଖବର କାଗଜର ପ୍ରତିଷ୍ଠା କରିଥିଲେ । ଏହି ଖବର କାଗଜ ପ୍ରତିଷ୍ଠା ସମୟରେ ବିଭିନ୍ନ ସମୟରେ ଏହାର ୬ ଜଣ ସାମ୍ବାଦିକ ହତ୍ୟାର ଶିକାର ହୋଇଥିଲେ । ତଥାପି ଖବର କାଗଜ ତାର ବୃତ୍ତିରେ କୌଣସି ପ୍ରକାରର ବାଧକ ଆସିବାକୁ ଦେଇନି । ସବୁବେଳେ ନୋଭାଜା ଗାଜେଟା ଲୋକଙ୍କ ସ୍ୱରକୁ ହିଁ ଗୁରୁତ୍ୱ ଦେଇଛି ।

ସୂଚନା ଅନୁଯାୟୀ, ନରୱେ ସ୍ଥିତ ନୋବେଲ ତରଫରୁ କୁହାଯାଇଛି ଯେ, ରେସା ତାଙ୍କ ଦେରେ ପିଲିପିନ୍ସରେ କ୍ଷମତାର ଅପବ୍ୟବହାର, ହିଂସା ତଥା ଏକଛତ୍ରବାଦୀ ଶାସନକୁ ସାମ୍ନକୁ ଆଣି ଦେଶକୁ ରକ୍ଷା କରନ୍ତି । ଏହି ପୁରସ୍କାର ଘୋଷଣା କରିବା ବେଳେ କ୍ଷମତାର ଅପବ୍ୟହାର, ମିଥ୍ୟା ଏବଂ ଯୁଦ୍ଧ ପ୍ରଚାରକୁ ସାମ୍ନାକୁ ଆଣିବା ପାଇଁ ଏକ ମୁକ୍ତ, ନିରେପକ୍ଷ ଏବଂ ତଥ୍ୟ ଭିତ୍ତିକ ସାମ୍ବାଦିକତା ଜରୁରୀ ବୋଲି ନୋବେଲ କମିଟି ତରଫରୁ ଜୋର ଦିଆଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ