Masthead

ଦେଶୀ ବନ୍ଧୁକ ତିଆରି କାରଖାନା ଠାବ

ପରଜଙ୍ଗ (ବଡ଼ ଖବର ବ୍ୟୁରୋ): ଦେଶୀ ବନ୍ଧୁକ ତିଆରି କାରଖାନା ଠାବ , ମାଲିକ ଗିରଫ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ବାମ୍ ଗାଁ ଭୁଟୁଭୁଟି ସାହିରୁ ଏକ ଦେଶୀ ବନ୍ଧୁକ କାରଖାନା ଠାବ କରିଛି ପରଜଙ୍ଗ ପୋଲିସ । ଏଥିସହିତ କାରଖାନାର ମାଲିକ ମଙ୍ଗୁଳୁ ମହାରଣାକୁ ଗିରଫ କରିବା ସହ ବନ୍ଧୁକ ତିଆରି ସାମଗ୍ରୀ ଜବତ କରାଯାଇଛି ।

ଦୀର୍ଘ ଦିନ ହେବ ମଙ୍ଗୁଳୁ ନିଜ ଘର ବାଡ଼ିରେ ଏହି ଦେଶୀ ବନ୍ଧୁକ ଗୁଡିକୁ ତିଆରି କରି ଆସୁଥିଲା । ବିଶେଷ ସୂତ୍ରରୁ ଖବର ପାଇ ଗତ କାଲି ବିଳମ୍ବିତ ରାତିରେ ପରଜଙ୍ଗ ଥାନା ଅଧିକାରୀ ସୋଭାଗ୍ୟ କୁମାର ସ୍ଵାଇଁଙ୍କ ନିର୍ଦ୍ଦେଶକ୍ରମେ ପରଜଙ୍ଗ ପୋଲିସ ଓ ମହାବି ରୋଡ଼ ଫାଣ୍ଡି ଅଧିକାରୀଙ୍କ ମିଳିତ ଉଦ୍ୟମରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ କିଛି ଦେଶୀ ବନ୍ଧୁକ ଓ ବନ୍ଧୁକ ତିଆରି ସାମଗ୍ରୀକୁ ପୋଲିସ ଜବତ କରିଥିଲା ।

ପରଜଙ୍ଗ ଥାନା ଅଧିନସ୍ଥ ମହାବିରୋଡ଼ ଫାଣ୍ଡି ନିକଟସ୍ତ ଗାଁଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଥିବା ଏହି ଭୁଟୁଭୁଟି ସାହି କଳା କାରବାର କରିବା ପାଇଁ ବେଶ ସହାୟ ହୋଇଥିବା ଜଣାପଡିଛି । ଅପହଞ୍ଚ ଇଲାକାରୁ ବଡ଼ ବଡ଼ ସହରକୁ ଏହି ବନ୍ଧୁକ ସପ୍ଲାଇର ଚେର ଲମ୍ବି ଥିବା ସୂଚନା ମିଳିଛି । ଏ ନେଇ ପରଜଙ୍ଗ ପୋଲିସ ଅଧିକ ଖୋଳତାଡ଼ କରି ତଦନ୍ତ ଜାରି ରଖିଥିବା ଜଣା ପଡ଼ିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼