Masthead

ନକଲି ପ୍ରମାଣପତ୍ରରେ ଚାକିରି

କଳାହାଣ୍ଡି (ବଡ଼ ଖବର ବ୍ୟୁରୋ): ନକଲି ପ୍ରମାଣପତ୍ରରେ ଚାକିରି । କଳାହାଣ୍ଡିରେ ପୁଣି ୧୨ଜଣଙ୍କ ଓଟିଇଟି ଜାଲ ସାର୍ଟିଫିକେଟ୍ ଧରାପଡିଛି । କଳାହାଣ୍ଡି ଜିଲ୍ଲାର ୧୩ଟି ବ୍ଲକରେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କର ସାର୍ଟିଫିକେଟ୍ ଯାଞ୍ଚ ଶେଷ ହୋଇଛି । ଯାଞ୍ଚ ସମୟରେ ସନ୍ଦେହ ବଳୟକୁ ଆସିଥିବା କେତେକ ସାର୍ଟିଫିକେଟ୍ ରାଜ୍ୟ ବାହାରକୁ ବୈଧତା ଜାଣିବା ପାଇଁ ପଠାଯାଇଛି । ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ମଧ୍ୟରୁ କେତେକ ସିଧାସଳଖ ଜାଲ୍ ଓଟିଇଟି ସାର୍ଟିଫିକେଟ୍ ଦାଖଲ କରିଥିବାବେଳେ ଆଉ କେତେକ ରେଗୁଲାର ପୋଷ୍ଟ ପାଇଁ ଜାଲ ଓଟିଇଟି ସାର୍ଟିଫିକେଟ୍ ଦାଖଲ କରିଥିଲେ ।

ଏହି ଧରପଗଡ ସମୟରେ ୧୯ଟି ଓ.ଟି.ଇ.ଟି. ସାର୍ଟିଫିକେଟ୍ ଅଧିକ ଯାଞ୍ଚ ପାଇଁ ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡକୁ ପଠାଯାଇଥିଲା । ୧୯ଟି ସାର୍ଟିଫିକେଟ୍ ମଧ୍ୟରୁ ୧୨ଟି ଜାଲ୍ ବୋଲି ବୋର୍ଡ ଦର୍ଶାଇଛି । ଉକ୍ତ ୧୨ଟି ମଧ୍ୟରୁ ଭବାନୀପାଟଣାରୁ ୧, ଏମ୍.ରାମପୁରରୁ ୨, ଜୁନାଗଡରୁ ୧, କଲମପୁରରୁ ୧, ଥୁ.ରାମପୁରରୁ ୩ ଏବଂ କର୍ଲାମୁଣ୍ଡାରେ ୨ଜାଲ ସାର୍ଟିଫିକେଟ୍ ଧାରୀ ଶିକ୍ଷକ ଶିକ୍ଷୟିତ୍ରୀଥିବା ସୂଚନା ମିଳିଛି । ଶିକ୍ଷା ବିଭାଗ ଏହି ନକଲି ଶିକ୍ଷକମାନଙ୍କର ନାମ ଗୋପନ ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନେପାଳ ପ୍ରଳୟଙ୍କରୀ ବନ୍ୟା, ଗଲାଣି ୧୬୫ ଜୀବନ 🔴 ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା 🔴 ସୁଦ୍ଧକ୍ରିୟା ପାଇଁ ଆସି ଭାସିଗଲେ 🔴 ମାଟି ତଳୁ ମାଓ ସାମଗ୍ରୀ ଜବତ 🔴 ‘ଶ୍ରୀଜଗନ୍ନାଥଙ୍କୁ ବିକୃତ ପ୍ରଦର୍ଶନ ଶାସ୍ତ୍ର ବିରୋଧୀ’ 🔴 ମେଡିକାଲରୁ ଫେରାର ମାରିଲା ଅଭିଯୁକ୍ତ 🔴 ୨୪ ଘଣ୍ଟା ଭିତରେ ବର୍ଷା ସମ୍ଭାବନା 🔴 ସେପ୍ଟେମ୍ବର ୨୨ରୁ ମୌସୁମୀ ଅଧିବେଶନ 🔴 ପାହାଳ ମିଠା ଦୋକାନରେ ବଡ଼ ଧରଣର ରେଡ୍!,ଚାଲିଛି ଜୋରଦାର ଯାଞ୍ଚ 🔴 ପାକିସ୍ତାନ ସୀମା ନିକଟରେ ଗର୍ଜିବ ଆମେରିକୀୟ F35 !, ‘ତରଙ୍ଗ ଶକ୍ତି ୨୦୨୬’ରେ ଦେଖାଇବ ଦମ୍ 🔴 ନେପାଳ ପ୍ରଳୟଙ୍କରୀ ବନ୍ୟା, ଗଲାଣି ୧୬୫ ଜୀବନ 🔴 ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା 🔴 ସୁଦ୍ଧକ୍ରିୟା ପାଇଁ ଆସି ଭାସିଗଲେ 🔴 ମାଟି ତଳୁ ମାଓ ସାମଗ୍ରୀ ଜବତ 🔴 ‘ଶ୍ରୀଜଗନ୍ନାଥଙ୍କୁ ବିକୃତ ପ୍ରଦର୍ଶନ ଶାସ୍ତ୍ର ବିରୋଧୀ’ 🔴 ମେଡିକାଲରୁ ଫେରାର ମାରିଲା ଅଭିଯୁକ୍ତ 🔴 ୨୪ ଘଣ୍ଟା ଭିତରେ ବର୍ଷା ସମ୍ଭାବନା 🔴 ସେପ୍ଟେମ୍ବର ୨୨ରୁ ମୌସୁମୀ ଅଧିବେଶନ 🔴 ପାହାଳ ମିଠା ଦୋକାନରେ ବଡ଼ ଧରଣର ରେଡ୍!,ଚାଲିଛି ଜୋରଦାର ଯାଞ୍ଚ 🔴 ପାକିସ୍ତାନ ସୀମା ନିକଟରେ ଗର୍ଜିବ ଆମେରିକୀୟ F35 !, ‘ତରଙ୍ଗ ଶକ୍ତି ୨୦୨୬’ରେ ଦେଖାଇବ ଦମ୍