Masthead

୧୨ ହଜାର ଟଙ୍କା ପାଇଁ ବନ୍ଧାହେଲେ ସରକାରୀ ବାବୁ

ରାଉରକେଲା(ବଡ଼ ଖବର ବ୍ୟୁରୋ): ୧୨ ହଜାର ଟଙ୍କାର ସରକାରୀ ଜିନିଷ ହଡପ କରି ଧରାପଡିଲେ ସରକାରୀ ବାବୁ । ସରକାରୀ ଜିନିଷ ହଡପ କରି ଘରକୁ ନେଉଥିବା ବେଳେ ଧରା ପଡି ବନ୍ଧା ହେଲେ ସରକାରୀ ବାବୁ । ସୁନ୍ଦରଗଡ ଲେପ୍ରିପଡ ବ୍ଲକର ଫଳ ଓ ଉଦ୍ୟାନ ବିଭାଗର ଓଭରସିଅର ଗୈାରାଙ୍ଗ ପ୍ରଧାନଙ୍କୁ ଗତକାଲି ରାତିଠାରୁ ସୁନ୍ଦରଗଡ ଥାନାରେ ଅଟକ ରଖାଯାଇଛି ।

ସୂଚନା ଅନୁସାରେ ଚାଷୀଙ୍କ ପାଇଁ ଆସୁଥିବା ତାର ବାଡ ହଡପ କରିବା ଘଟଣାରେ ପୋଲିସ ତାଙ୍କୁ ଗିରଫ କରିଛି । ସୁନ୍ଦରଗଡ ଲେପ୍ରିପଡ ବ୍ଲକର ଫଳ ଓ ଉଦ୍ୟାନ ବିଭାଗର ଓଭରସିଅର ଗୌରାଙ୍ଗ ପ୍ରଧାନ ଗତକାଲି ରାତିରେ ସଦର ଥାନା କରମଡିହିରୁ ତାରା ନାମକ ଘରୋଇ ବସରେ ଚାଷୀଙ୍କ ପାଇଁ ଆସିଥିବା ତାର ବାଡକୁ ଲୋଡ କରି ନିଜ ଗାଁ ନୂଆପଡାକୁ ନେଉଥିଲେ । ତେବେ ଖବର ପାଇଁ ସୁନ୍ଦରଗଡ ଟାଉନ ପୋଲିସ ଗୌରାଙ୍ଗକୁ ସୁନ୍ଦରଗଡ ସହରରେ ଧରିପକାଇଛନ୍ତି । ବସରୁ ୬ ବଣ୍ଡଲ ତାର ବାଡ ପୋଲିସ ଜବତ କରିବା ସହ ସରକାରୀ ବାବୁ ଗୋରାଙ୍ଗ ପ୍ରଧାନଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ