Masthead

ବିଜେପିକୁ ପୁଣି ଝଟକା

ଉତ୍ତରାଖଣ୍ଡ(ବଡ଼ ଖବର ବ୍ୟୁରୋ): ବିଜେପିକୁ ପୁଣି ଝଟକା । ପରିବହନ ମନ୍ତ୍ରୀ ଓ ତାଙ୍କ ପୁଅ କଂଗ୍ରେସରେ ସାମିଲ । ପଶ୍ଚିମବଙ୍ଗ ପରେ ଉତ୍ତରାଖଣ୍ଡରେ ଦେଖାଦେଇଛି ଦଳ ବଦଳି ପରମ୍ପରା । ନିର୍ବାଚନ ଯେତେ ପାଖେଇ ଆସୁଛି ବିଜେପିର ଅଡ଼ୁଆ ସେତେ ବଢୁଛି । ବିଜେପି କର୍ମକର୍ତ୍ତାଙ୍କ ଅନ୍ୟ ଦଳ ପ୍ରତି ଆକର୍ଷଣ ଦିନକୁ ଦିନ ବଢିବାରେ ଲାଗିଛି । ଏହାର ଉଦାହରଣ ଆମେ ପଶ୍ଚିମବଙ୍ଗରେ ବହୁ ଆଗରୁ ଦେଖିଆସୁଛେ । ହେଲେ ବର୍ତ୍ତମାନ ଏହି ପରମ୍ପରା ଉତ୍ତରାଖଣ୍ଡରେ ଦେଖିବାକୁ ମିଳୁଛି । ତେବେ ଉତ୍ତରାଖଣ୍ଡ ପରିବହନ ମନ୍ତ୍ରୀ ଯଶପାଲ ଆର୍ଯ୍ୟ ଓ ତାଙ୍କର ବିଧାୟକ ପୁଅ ସଞ୍ଜୀବ ଆର୍ଯ୍ୟ ବିଜେପି ଛାଡ଼ି କଂଗ୍ରେସରେ ମିଶିଛନ୍ତି । ଏଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇଉଠିଛି । କିଏ ବିଜେପିର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଉଥିବା ବେଳେ ଆଉ କିଏ ବିଜେପିକୁ ଟାର୍ଗେଟ କରୁଥିବାର ଦେଖିବାକୁ ମିଳିଛି ।

ଏହି ସମ୍ମିଳନୀରେ କଂଗ୍ରେସର ଜାତୀୟ ମୁଖପାତ୍ର ରଣଦୀପ ସୁରଜେୱାଲା, ଅଲ ଇଣ୍ଡିଆ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ କେସି ଭେନୁଗୋପାଲ ତଥା ରାଜ୍ୟ ଦାୟିତ୍ୱରେ ଥିବା ଦେବେନ୍ଦ୍ର ଯାଦବ ଉପସ୍ଥିତ ଥିଲେ । ସେପଟେ ଉତ୍ତରାଖଣ୍ଡ ନିର୍ବାଚନ ପାଖେଇ ଆସୁଛି । ଆପ ଠାରୁ ବିଜେପି ପର୍ଯ୍ୟନ୍ତ ସମସ୍ତ ଦଳ ଏନେଇ ଚଳଚଞ୍ଚଳ ହୋଇ ଉଠିଛନ୍ତି । ସମସ୍ତେ ନିଜ ନିଜର ପ୍ରର୍ଥୀଙ୍କୁ ନେଇ ପ୍ରଚାର ମଧ୍ୟ ଆରମ୍ଭ କରୁଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ବିଜେପି ଛାଡ଼ି ପରିବହନ ମନ୍ତ୍ରୀ ଓ ତାଙ୍କ ପୁଅ କଂଗ୍ରେସରେ ମିଶିବା କଥା ସାମ୍ନାକୁ ଆସିଛି । ଯାହାଫଳରେ ବିଜେପିକୁ ଶକ୍ତ ଝଟକା ମିଳିଛି । ଉତ୍ତରାଖଣ୍ଡ ନିର୍ବାଚନ ପାଇଁ ବିଜେପି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଏଭଳି ଘଟଣା ସାମ୍ନାକୁ ଆସିବା ଦଳକୁ ଚିନ୍ତାରେ ପକାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ! 🔴 ମୌସୁମୀ ଅଧିବେଶନର ଆଜି ଚତୁର୍ଥ ଦିନ, ସରଗରମ ରହିପାରେ ଗୃହ 🔴 ମୋଦି ସରକାରଙ୍କ ପୂଜା ଭେଟି, ଲାଗୁ ହେଲା ନୂଆ ଜିଏସଟି ସ୍ଲାବ୍ 🔴 ଶୋଇଥିବା ବେଳେ ସ୍ୱାମୀଙ୍କୁ ହାଣି ହତ୍ୟା 🔴 ବାଣ ଗୋଦାମରେ ବିସ୍ଫୋରଣ, ଭୁଶୁଡ଼ିଲା କୋଠା ଘର 🔴 ରାତି ସାରା ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼ 🔴 ‘ଏବେ ହେବନି ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ’ 🔴 ଆସୁଛି ଦୁଇଟି ଲଘୁଚାପ, ବର୍ଷାରେ ଭିଜିପାରେ ଦଶହରା 🔴 ବାତିଲ୍ ହୋଇପାରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ 🔴 ତୃତୀୟ କିସ୍ତି ସୁଭଦ୍ରା ଟଙ୍କାରୁ ବାଦ ପଡ଼ିଲେ ୩ ଲକ୍ଷ ୯୯ ହଜାର ୩୫୨ ଜଣ 🔴 ୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ! 🔴 ମୌସୁମୀ ଅଧିବେଶନର ଆଜି ଚତୁର୍ଥ ଦିନ, ସରଗରମ ରହିପାରେ ଗୃହ 🔴 ମୋଦି ସରକାରଙ୍କ ପୂଜା ଭେଟି, ଲାଗୁ ହେଲା ନୂଆ ଜିଏସଟି ସ୍ଲାବ୍ 🔴 ଶୋଇଥିବା ବେଳେ ସ୍ୱାମୀଙ୍କୁ ହାଣି ହତ୍ୟା 🔴 ବାଣ ଗୋଦାମରେ ବିସ୍ଫୋରଣ, ଭୁଶୁଡ଼ିଲା କୋଠା ଘର 🔴 ରାତି ସାରା ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼ 🔴 ‘ଏବେ ହେବନି ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ’ 🔴 ଆସୁଛି ଦୁଇଟି ଲଘୁଚାପ, ବର୍ଷାରେ ଭିଜିପାରେ ଦଶହରା 🔴 ବାତିଲ୍ ହୋଇପାରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ 🔴 ତୃତୀୟ କିସ୍ତି ସୁଭଦ୍ରା ଟଙ୍କାରୁ ବାଦ ପଡ଼ିଲେ ୩ ଲକ୍ଷ ୯୯ ହଜାର ୩୫୨ ଜଣ