Masthead

ବିଜେପିକୁ ପୁଣି ଝଟକା

ଉତ୍ତରାଖଣ୍ଡ(ବଡ଼ ଖବର ବ୍ୟୁରୋ): ବିଜେପିକୁ ପୁଣି ଝଟକା । ପରିବହନ ମନ୍ତ୍ରୀ ଓ ତାଙ୍କ ପୁଅ କଂଗ୍ରେସରେ ସାମିଲ । ପଶ୍ଚିମବଙ୍ଗ ପରେ ଉତ୍ତରାଖଣ୍ଡରେ ଦେଖାଦେଇଛି ଦଳ ବଦଳି ପରମ୍ପରା । ନିର୍ବାଚନ ଯେତେ ପାଖେଇ ଆସୁଛି ବିଜେପିର ଅଡ଼ୁଆ ସେତେ ବଢୁଛି । ବିଜେପି କର୍ମକର୍ତ୍ତାଙ୍କ ଅନ୍ୟ ଦଳ ପ୍ରତି ଆକର୍ଷଣ ଦିନକୁ ଦିନ ବଢିବାରେ ଲାଗିଛି । ଏହାର ଉଦାହରଣ ଆମେ ପଶ୍ଚିମବଙ୍ଗରେ ବହୁ ଆଗରୁ ଦେଖିଆସୁଛେ । ହେଲେ ବର୍ତ୍ତମାନ ଏହି ପରମ୍ପରା ଉତ୍ତରାଖଣ୍ଡରେ ଦେଖିବାକୁ ମିଳୁଛି । ତେବେ ଉତ୍ତରାଖଣ୍ଡ ପରିବହନ ମନ୍ତ୍ରୀ ଯଶପାଲ ଆର୍ଯ୍ୟ ଓ ତାଙ୍କର ବିଧାୟକ ପୁଅ ସଞ୍ଜୀବ ଆର୍ଯ୍ୟ ବିଜେପି ଛାଡ଼ି କଂଗ୍ରେସରେ ମିଶିଛନ୍ତି । ଏଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇଉଠିଛି । କିଏ ବିଜେପିର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଉଥିବା ବେଳେ ଆଉ କିଏ ବିଜେପିକୁ ଟାର୍ଗେଟ କରୁଥିବାର ଦେଖିବାକୁ ମିଳିଛି ।

ଏହି ସମ୍ମିଳନୀରେ କଂଗ୍ରେସର ଜାତୀୟ ମୁଖପାତ୍ର ରଣଦୀପ ସୁରଜେୱାଲା, ଅଲ ଇଣ୍ଡିଆ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ କେସି ଭେନୁଗୋପାଲ ତଥା ରାଜ୍ୟ ଦାୟିତ୍ୱରେ ଥିବା ଦେବେନ୍ଦ୍ର ଯାଦବ ଉପସ୍ଥିତ ଥିଲେ । ସେପଟେ ଉତ୍ତରାଖଣ୍ଡ ନିର୍ବାଚନ ପାଖେଇ ଆସୁଛି । ଆପ ଠାରୁ ବିଜେପି ପର୍ଯ୍ୟନ୍ତ ସମସ୍ତ ଦଳ ଏନେଇ ଚଳଚଞ୍ଚଳ ହୋଇ ଉଠିଛନ୍ତି । ସମସ୍ତେ ନିଜ ନିଜର ପ୍ରର୍ଥୀଙ୍କୁ ନେଇ ପ୍ରଚାର ମଧ୍ୟ ଆରମ୍ଭ କରୁଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ବିଜେପି ଛାଡ଼ି ପରିବହନ ମନ୍ତ୍ରୀ ଓ ତାଙ୍କ ପୁଅ କଂଗ୍ରେସରେ ମିଶିବା କଥା ସାମ୍ନାକୁ ଆସିଛି । ଯାହାଫଳରେ ବିଜେପିକୁ ଶକ୍ତ ଝଟକା ମିଳିଛି । ଉତ୍ତରାଖଣ୍ଡ ନିର୍ବାଚନ ପାଇଁ ବିଜେପି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଏଭଳି ଘଟଣା ସାମ୍ନାକୁ ଆସିବା ଦଳକୁ ଚିନ୍ତାରେ ପକାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼