Masthead

ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର

ଚନ୍ଦାହାଣ୍ଡି, (ବଡ଼ ଖବର ବ୍ୟୁରୋ): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । ଶବବାହକ ଗାଡି ନମିଳିବାରୁ ଦୀର୍ଘ ୩ଘଣ୍ଟା ମେଡିକାଲରେ ପଡି ରହିଥିଲା ମୃତଦେହ । ଚନ୍ଦାହାଣ୍ଡି ଝରିଆସାହିର ମନୋହର ସିହ୍ନାଙ୍କ ଝିଅ ଜୟନ୍ତୀ ଚିକିତ୍ସାଧୀନ ଥାଇ ମୃତ୍ୟୁ ହୋଇଥିଲା । ଶବକୁ ନେବାକୁ ଆମ୍ବୁଲାନ୍ସ ନ ମିଳିବାକୁ ନେଇ ମେଡିକାଲରେ ଉତ୍ତେଜନା ଲାଗିରହିଥିଲା । ଝରିଗାଁ ବିଧାୟକ ପ୍ରକାଶଚନ୍ଦ୍ର ମାଝୀଙ୍କ ସହଯୋଗରେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆମ୍ବୁଲାନ୍ସ ଆସିବା ପରେ ମୃତଦେହକୁ ପରିବାର ଲୋକେ ଘରକୁ ଆଣି ଦାହ କରିଛନ୍ତି ।

ବୁଧବାର ଠାରୁ ଜ୍ୱରରେ ପୀଡ଼ିତଥିଲେ ଜୟନ୍ତୀ । ପରିବାର ଲୋକେ ଚିକିତ୍ସା ଲାଗି ମେଡିକାଲକୁ ନନେଇ ଘରୋଇ ଉପଚାର କରିଥିଲେ । ଶୁକ୍ରବାର ଗୁରୁତର ହେବାରୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ଜୟନ୍ତୀତଙ୍କୁ । ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତଦେହକୁ ଘରକୁ ଆଣିବା ଲାଗି ଆମ୍ବୁଲାନ୍ସଟିଏ ମିଳିନଥିଲା । କରୋନା କଟକଣା ଯୋଗୁଁ ବେସରକାରୀ ଗାଡି ମିଳିନଥିଲା । ଯାହାକୁ ନେଇ ମେଡିକାଲରେ ଉତ୍ତେଜନା ଲାଗିରହିଥିଲା । ଏ ସଂପର୍କ ରେ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ସଂଗ୍ରାମ କେଶରୀ ସାହୁ କହିଛନ୍ତି ଯେ ସେ ଏ ସମ୍ପର୍କରେ ଅବଗତ ନଥିଲେ । ଆଗାମୀଦିନରେ ଏଭଳି ନହେଉ, ମେଡିକାଲରେ ଶବବାହକ ଗାଡ଼ି ରହୁ ବୋଲି ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା