Masthead

ମାଟିତଳୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ

ଗଞ୍ଜାମ (ବଡ଼ ଖବର ବ୍ୟୁରୋ): ମାଟିତଳୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ। ଗଞ୍ଜାମ ଜଗନ୍ନାଥପ୍ରସାଦ ଥାନା ମଳିଙ୍ଗି ଗ୍ରାମ ନିକଟ ଜଙ୍ଗଲରେ ମାଟି ତଳେ ପୋତା ଯାଇଥିଲା ମୃତଦେହ। ଆଜି ପୋଲିସ ମୃତଦେହକୁ ଉଦ୍ଧାର କରିଛି । ମୃତକ ଜଣକ ହେଲେ ସୁଗୁମ ଗ୍ରାମର ମାଧବ ନାୟକ। ମାଧବ ଘରୁ ଛଅ ଦିନ ତଳେ କେଉଁଆଡ଼େ ଚାଲିଯାଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ କୌଣସି ପତା ନମିଳିବାରୁ ଥାନାରେ ନିଖୋଜ ଏତଲା ଦେଇଥିଲେ।

ପୋଲିସ ତଦନ୍ତ ପରେ ଜାଣିବାକୁ ପାଇଥିଲା ସେହି ଗ୍ରାମର ଜଣେ ଯୁବକ ସହ ବୁଲିବାକୁ ଯାଇଥିଲେ । ପରେ ଘରକୁ ଫେରିନଥିଲା । ଯୁବକକୁ ଥାନାକୁ ଆଣି ପଚରାଉଚରା ବେଳେ ଜଣାପଡିଲା କୌଣସି କାରଣରୁ ତାଙ୍କୁ ହତ୍ୟା କରି ମାଟି ତଳେ ପୋତିଦିଆଯାଇଛି ଯାହା ଥାନା ଅଧିକାରୀ ସୂଚନା ଦେଇଛିନ୍ତି । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ,ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି।ତେବେ ଏହି ହତ୍ୟା ଘଟଣାରେ କିଏ କିଏ ଅଭିଯୁକ୍ତ ତାହା ସ୍ପଷ୍ଟ ଜଣାପଡିନାହିଁ।ପୋଲିସର ତଦନ୍ତ ପରେ ସବୁକିଛି ଜଣାପଡିବ ବୋଲି ଆଶା ରଖାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା