Masthead

ଶ୍ୱାସରୁଦ୍ଧ ହୋଇ ଯାଇଛି ମନୀଷଙ୍କ ଜୀବନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମନୀଷ ମୃତ୍ୟୁ ମାମଲାରେ ନୂଆ ତଥ୍ୟ । ଆସିଲା ମନୀଷ ଅନୁରାଗଙ୍କ ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ । ଶ୍ୱାସରୁଦ୍ଧହୋଇ ମନୀଷଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମର ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି । ତେବେ କିଭଳି ଶ୍ୱାସରୁଦ୍ଧ ହୋଇ ପରବର୍ତ୍ତୀ ପର୍ଯ୍ୟାୟରେ ଜଣାପଡ଼ିବ । ମନୀଷଙ୍କ ଶରୀରରେ ବାହାରକୁ ଦେଖାଗଲା ଗିଛି କ୍ଷତଚିହ୍ନ ନାହିଁ ବୋଲି ଡାକ୍ତର କହିଛନ୍ତି । ଭୁବନେଶ୍ୱର ଏମ୍ସ ପିଆରଓ ଡାକ୍ତର ପ୍ରଭାସ ରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି ।

ସେପଟେ ମନୀଷଙ୍କୁ ପାତ୍ରପଡ଼ା ସ୍ଥିତ ସାଉଥ ସିଟି ବାର୍ ନେଇଥିବା କାରର ସନ୍ଧାନ ମିଳିଛି । ପୋଲିସ ଉକ୍ତ କାରକୁ ଜବତ କରି ତଦନ୍ତ ଚଳାଇଛି । ଯେଉଁଦିନ ମନୀଷଙ୍କ ମୃତ୍ୟୁ ହୋଇଥିଲା ସେହିଦିନ ମନୀଷ ଓ ଅନ୍ୟ ୨ ଜଣ ଏହି କାରରେ ପଟିଆ ଗାଲାକ୍ସିଆ ଗାର୍ଡେନ ନିକଟରୁ ପାତ୍ରପଡା ସ୍ଥିତ ସାଉଥ ସିଟି ବାରକୁ ଯାଇଥିଲା ବୋଲି ସୂଚନା ମିଳିଛି । ସେହି ଦିନ ମନୀଷଙ୍କ ସହ ଥିବା ୨ଜଣଙ୍କ ମଧ୍ୟରୁ ଜଣଙ୍କ ପରିଚୟ ପୋଲିସକୁ ମିଳିଛି । ପୋଲିସ ତାଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି ।

ଗତକାଲି ମନୀଷଙ୍କୁ ତାଙ୍କ ସାଙ୍ଗମାନେ ଡାକିନେଇ ମାରିଦେଇଥିବା ଅଭିଯୋଗ କରିଥିଲେ ବରିଷ୍ଠ ସାମ୍ବାଦିକ ତଥା ମନୀଷ ଅନୁରାଗଙ୍କ ପିତା ନବୀନ ଦାସ । ଭଗବାନ ଏପରି ସନ୍ତାନ ବିୟୋଗ ଦୁଃଖ କାହାକୁ ନ ଦିଅନ୍ତୁ । ଗତକାଲି ପୁଅର ମୃତହେଦ ଉଦ୍ଧାର ପରେ ଭିଡିଓ ଜରିଆରେ ମନର କୋହ ବଖାଣିଥିଲେ ବରିଷ୍ଠ ସାମ୍ବାଦିକ ନବୀନ ଦାସ । ଏହାସହିତ ସେ କହିଥିଲେ, ରବିବାର ଭୋର ୪ ଟା ୧୧ରେ ତାର ଶେଷ ଫୋନ ପାଇଥିଲି । ତାକୁ କିଏ ମାରଧର କରୁଥିବା ସେ କହିଥିଲା । ଏହା ପରେ ପୁଅର ମୃତ୍ୟୁ ଖବର ପାଇଲି । ଆଉ ମାସେ ପରେ ମୋ ପୁଅର ବାହାଘର ହେବାର ଥିଲା । ହେଲେ ନିୟତିର କିଛି ଅଲଗା ଲେଖାଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼