Masthead

ଆଲମାରି ଭିତରେ ବିଡା ବିଡା ଟଙ୍କା

ହାଇଦ୍ରାବାଦ(ବଡ଼ ଖବର ବ୍ୟୁରୋ):   ଘର ଭିତରେ ଆଲମାରି । ଆଉ ଆଲମାରି ଭିତରେ ବିଡା ବିଡା ଟଙ୍କା । ଭରପୁର ହୋଇ ରହିଛି କେବଳ ୫୦୦ ଟଙ୍କିଆ ନୋଟ ବଣ୍ଡଲ । ତେବେ ଲକ୍ଷେ କି ୧୦ ଲକ୍ଷ ନୁହେଁ ୧୪୨ କୋଟିରୁ ଉର୍ଦ୍ଧ ଟଙ୍କା ଏହି ଆଲମାରିରେ ଖୁନ୍ଦି ହୋଇ ରହିଛି । ଆୟକର ବିଭାଗର ଚଢାଉ ବେଳେ ଏଭଳି ଚିତ୍ର ସାମ୍ନାକୁ ଆସିଛି । ଏବେ ଏହି ଟଙ୍କା ଭର୍ତ୍ତି ହୋଇଥିବା ଆଲମାରିର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ନିକଟରେ ଆୟକର ବିଭାଗର ରେଡ ବେଳେ ୫୫୦ କୋଟି ଟଙ୍କାର ବେନାମ ସମ୍ପତ୍ତିର ଖୁଲାସା କରିଥିବା ଦାବି କରିଛି । ଗତ ଅକ୍ଟୋବର ୬ ତାରିଖରେ ହାଇଦ୍ରାବାଦର ଏକ ପ୍ରମୁଖ ମେଡିସିନ କମ୍ପାନୀ ହେଟେରୋ ଉପରେ ଆୟକର ବିଭାଗ ଚଢାଉ କରିଥଲା । ଚଢାଉ ବେଳେ ଗୋଟିଏ ଆଲମାରି ଭିତରେ ବିଡା ବିଡା ଟଙ୍କା ଆୟକର ବିଭାଗ ଜବତ କରିଥିବା ସୂଚନା ମିଳିଛି । ଯାହାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି ।

ଆୟକର ବିଭାଗର କହିବା ଅନୁଯାୟୀ, ନିକଟରେ ଉକ୍ତ ଫାର୍ମାସ୍ୟୁଟକାଲ କମ୍ପାନୀ ବିଭିନ୍ନ ପ୍ରକାରର ମେଡିସିନ ଉତ୍ପାଦନ କରେ । ଏହାର ଅଧିକାଂଶ ଉତ୍ପାଦ ଆମେରିକା ଓ ଦୁବାଇ ଭଳି ଦେଶ ଏବଂ ଆଉ କିଛି କିଛି ଆଫ୍ରିକୀୟ ଏବଂ ୟୁରୋପୀୟ ଦେଶକୁ ରପ୍ତାନି ହୁଏ । ହୋଟେରୋ ଗୃପ କୋଭିଡ ୧୯ ଚିକିତ୍ସା ପାଇଁ ରେମଡେସିଭିର ଏବଂ ଫାଇପିରାଭିର ଭଳି ମେଡିସିନ ପାଇଁ ମଧ୍ୟ ଲାଇମ ଲାଇଟକୁ ଆସିଥିଲା ।

ଭାରତ, ଚୀନ, ଋଷ, ମେକ୍ସିକୋ ଏବଂ ଇରନାର ୨୫ରୁ ଅଧିକ ସ୍ଥାନରେ ଏହାର ଉତ୍ପାଦନ ସୁବିଧା ରହିଛି । ସୂଚନା ଅନୁଯାୟୀ ୭.୫୦୦ କୋଟି ଟଙ୍କାର ଏହି ଫାର୍ମା କମ୍ପାନୀ ସେହି ସଂସ୍ଥା ଗୁଡିକମଧ୍ୟରେ ଗୋଟିଏ ଯିଏକି ଭାରତରେ କରୋନା ଟିକା ସ୍ପୁଟନିକ ଭି ଉତ୍ପାଦନ ପାଇଁ ଋଷର ପ୍ରତ୍ୟକ୍ଷ ନିବେଶ ପାଣ୍ଠି ସହ ଚୁକ୍ତି କରିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ