Masthead

ନିଜ ବୟାନକୁ ନେଇ ପୁଣି ଚର୍ଚ୍ଚାରେ ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂ

ଜୟପୁର(ବଡ଼ ଖବର ବ୍ୟୁରୋ):   ନିଜ ବୟାନକୁ ନେଇ ପୁଣି ଚର୍ଚ୍ଚାରେ ରାଜସ୍ଥାନର ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂହ ଦୋତାସ୍ର । ସ୍କୁଲରେ ଅଧିକ ସଂଖ୍ୟକ ମହିଳା ଷ୍ଟାପକୁ ନେଇ ସେ ବିବାଦୀୟ ବୟାନ ଦେଇଛନ୍ତି । ଯାହାକି ଏବେ ଚର୍ଚ୍ଚାରେ । ସେ କହିଛନ୍ତି ଯେଉଁ ସ୍କୁଲରେ ମହିଳା କର୍ମଚାରୀଙ୍କ ସଂଖ୍ୟା ଅଧିକ ଥାଏ, ସେଠି ବିଭିନ୍ନ କାରଣକୁ ନେଇ ଝଗଡା ଅଧିକ ହୁଏ । ତେବେ ଅନ୍ତର୍ଜାତିକ ବାଳିକା ଦିବସ ଆବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶିକ୍ଷାମନ୍ତ୍ରୀ ଏପରି କହିଛନ୍ତି ।

ସେ ଆହୁରି କହିଛନ୍ତି, ଯଦି ଏହି ସବୁ ଛୋଟ ଛୋଟ ଜିନିଷ ସବୁ ସଂଶୋଧନ କର ତେବେ ତମେମାନେ ପୁରୁଷଙ୍କ ଠାରୁ ଆଗରେ ରହିପାରିବ । ରାଜସ୍ଥାନ ସରକାର ସବୁବେଳେ ମହିଳାଙ୍କ ସୁରକ୍ଷାକୁ ଅଧିକ ପ୍ରାଥମିକତା ଦେଇଛନ୍ତି । ସେମାନଙ୍କୁ ଚାକିରିରେ ଯୋଗ୍ୟ ପୋଷ୍ଟ ମଧ୍ୟ ପ୍ରଦାନ କରିଛନ୍ତି । ଚାକିରି ଚୟନ ଏବଂ ପଦୋନ୍ନତି କ୍ଷେତ୍ରରେ ଆମେ ମହିଳାମାନଙ୍କୁ ଆଗ୍ରାଧିକାର ଦେଇଛୁ । ଗୋବିନ୍ଦ ସିଂ ଏବେ ରାଜସ୍ଥାନର ଶିକ୍ଷାମନ୍ତ୍ରୀ ଅଛନ୍ତି । ସେ ସୋମବାର ଦିନ ଅନ୍ତରାଷ୍ଟ୍ରୀୟ ବାଳିକା ଦିବସ ଆବସରରେ ଜୟପୁରେ ଅନୁଷ୍ଠିତ ସଶକ୍ତ ବାଳିକା ସଶକ୍ତ ରାଜସ୍ଥାନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ସମୟରେ ସେ ମହିଳାଙ୍କୁ ନେଇ ଏଭଳି ମନ୍ତବ୍ୟ ଦେଇଥିବା ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ