Masthead

ବେଳାଭୂମିରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ଗଞ୍ଜାମ (ବଡ଼ ଖବର ବ୍ୟୁରୋ): ଦମ୍ପତି ନିଖୋଜ, ବେଳାଭୂମିରୁ ମିଳିଲା ଉଭୟଙ୍କ ଶବ । ୨ ଦିନ ପରେ ସନ୍ଧାନ ପାଇଲେ ପରିବାରବର୍ଗ । ଗୋପାଳପୁର ଓ ଉପୁଳାପୁଟି ବେଳାଭୂମିରୁ ଉଦ୍ଧାର ମହିଳା ଓ ପୁରୁଷଙ୍କ ଶବ ଚିହ୍ନଟ ହୋଇଛି। ସେ ଦୁହେଁ ହେଲେ ବ୍ରହ୍ମପୁର ଗୋଇଲୁଣ୍ଡି ବଡ଼ ସାହି ଅଞ୍ଚଳର ଦମୟନ୍ତୀ ଆଚାରି ଓ ତାଙ୍କ ସ୍ୱାମୀ ଚିରଞ୍ଜିବି। ୧୨ତାରିଖରେ ଉଭୟେ କୌଣସି କାମରେ ବଡ଼ବଜାର ଅଞ୍ଚଳରେ ଥିବା ଭାଇ ଘରକୁ ଯାଇଥିଲେ। ସେଠାରୁ ୨ଟା ୩୦ରେ ଫେରି କେଉଁଆଡେ ଚାଲିଯାଇଥିଲେ।

ଗୋପାଳପୁର ପୋଲିସ ୧୨ତାରିଖ ସନ୍ଧ୍ୟାରେ ବୃଦ୍ଧାଙ୍କ ଓ ସେହି ଦିନ ଗୋପାଳପୁର ବେଳାଭୂମି ଠାରୁ ୮ କିମି ଦୂର ଉପୁଳାପୁଟି ଗ୍ରାମ ବେଳାଭୂମିରୁ ଜଣେ ବୃଦ୍ଧଙ୍କ ଶବ ପାଇଥିଲା। ଅଜଣା ଶବ ଦୁଇଟିକୁ ପୋଲିସ ବ୍ୟବଚ୍ଛେଦ କରି ଏଫଏମଟିରେ ରଖିଥିଲା। ପରେ ୧୪ ତାରିଖ ସନ୍ଧ୍ୟାରେ ଦମୟନ୍ତୀଙ୍କ ଫୋଟ ସୋସିଆଲ ମିଡ଼ିଆରେ ଭାଇରଲ ହେବାପରେ ତାଙ୍କ ପୁଅ ପରିଚୟ ଜାଣି ଗୋପାଳପୁର ପୋଲିସ ସହ ଯୋଗାଯୋଗ କରିଥିଲେ।

ଏହା ପରେ ଚମାଖଣ୍ଡି ପୋଲିସ ପକ୍ଷରୁ ଜାରି ହୋଇଥିବା ବୃଦ୍ଧଙ୍କ ଫୋଟୋରୁ ଶବକୁ ଚିହ୍ନଟ କରିଥିଲେ ପରିବାର ଵର୍ଗ। ତେବେ ଦମ୍ପତିଙ୍କ ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ। ତେବେ ବଡ଼ବଜାର ଅଂଚଳରୁ ଉଭୟେ କିଭଳି ଗୋପାଳପୁର ଆସିଲେ ଓ ଏହି ଅଘଟଣ କିଭଳି ଘଟିଛି ଅବା ତାଙ୍କୁ ହତ୍ୟା କରି ଫୋଫାଡ଼ି ଦେଇଛନ୍ତି ତାହା ଏବେ ପୋଲିସ ତଦନ୍ତ କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା