Masthead

ଜ୍ୟାକଲିନଙ୍କୁ ଇଡିର ସମନ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):  ମନି ଲଣ୍ଡ୍ରିଂ ମାମଲାରେ ପୁଣିଥରେ ଫସିଲେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ । ପୁଣି ଥରେ ଇଡି ତାଙ୍କୁ ସମନ କରିଛି । ପୂର୍ବରୁ ତାଙ୍କୁ ୨୦୦ କୋଟି ଠକେଇ ମାମଲାରେ ୨ ଥର ସମନ ହୋଇଥିଲା । ହେଲେ ସେ ଇଡି ନିକଟରେ ହାଜର ହୋଇ ନଥିଲେ । ଆଜି ତାଙ୍କୁ ହାଜର ହେବା ପାଇଁ କୁହାଯାଇଥିଲେ ମଧ୍ୟ ସେ ଇଡି କାର୍ଯ୍ୟଳୟଙ୍କୁ ଆସି ନାହାଁନ୍ତି । ଫଳରେ ତାଙ୍କୁ ତୃତୀୟ ଥର ପାଇଁ ସମନ କରାଯାଇଛି ।

ସମନ ପାଇଁ ଆସନ୍ତା କାଲି ଦିନ ୧୧ଟା ବେଳକୁ ଜ୍ୟାକଲିନଙ୍କୁ ଦିଲ୍ଲୀରେ ଥଲିବା ଇଡି ମୁଖ୍ୟ ଅଫିସରେ ହାଜର ହେବା ପାଇଁ କୁହାଯାଇଛି । ଗତକାଲି ବି ବଲିଉଡର ଆଇଟମ ଗାର୍ଲ ନୋରା ଫତେହିଙ୍କୁ ଇଡି ଜେରା କରିଥିଲା । ସୁକେଶ ୨୦୦ କୋଟିର ଠକେଇ କରିଥିବା ବେଳେ ନୋରା ଓ ଜ୍ୟାକଲିନ ତାଙ୍କ ପାର୍ଟିରେ ସାମିଲ ଥିଲେ ବୋଲି ଜଣାପଡିଛି । ଜ୍ୟାକଲିନ ୩୦ ଅଗଷ୍ଟରେ ଇଡି ଅଫିସରେ ପହଞ୍ଚିବା ପରେ ତାଙ୍କୁ ଦୀର୍ଘ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା । ଆଇନ ଆଧାରରେ ତାଙ୍କ ବୟନ ମଧ୍ୟ ରେକର୍ଡ କରାଯାଇଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ 🔴 ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ 🔴 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟାର ଆଶଙ୍କା, ଗୋଟିଏ ନେଇ ପାରେ ଶକ୍ତିଶାଳୀ ରୂପ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ 🔴 ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ 🔴 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟାର ଆଶଙ୍କା, ଗୋଟିଏ ନେଇ ପାରେ ଶକ୍ତିଶାଳୀ ରୂପ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ