Masthead

ଜ୍ୟାକଲିନଙ୍କୁ ଇଡିର ସମନ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):  ମନି ଲଣ୍ଡ୍ରିଂ ମାମଲାରେ ପୁଣିଥରେ ଫସିଲେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ । ପୁଣି ଥରେ ଇଡି ତାଙ୍କୁ ସମନ କରିଛି । ପୂର୍ବରୁ ତାଙ୍କୁ ୨୦୦ କୋଟି ଠକେଇ ମାମଲାରେ ୨ ଥର ସମନ ହୋଇଥିଲା । ହେଲେ ସେ ଇଡି ନିକଟରେ ହାଜର ହୋଇ ନଥିଲେ । ଆଜି ତାଙ୍କୁ ହାଜର ହେବା ପାଇଁ କୁହାଯାଇଥିଲେ ମଧ୍ୟ ସେ ଇଡି କାର୍ଯ୍ୟଳୟଙ୍କୁ ଆସି ନାହାଁନ୍ତି । ଫଳରେ ତାଙ୍କୁ ତୃତୀୟ ଥର ପାଇଁ ସମନ କରାଯାଇଛି ।

ସମନ ପାଇଁ ଆସନ୍ତା କାଲି ଦିନ ୧୧ଟା ବେଳକୁ ଜ୍ୟାକଲିନଙ୍କୁ ଦିଲ୍ଲୀରେ ଥଲିବା ଇଡି ମୁଖ୍ୟ ଅଫିସରେ ହାଜର ହେବା ପାଇଁ କୁହାଯାଇଛି । ଗତକାଲି ବି ବଲିଉଡର ଆଇଟମ ଗାର୍ଲ ନୋରା ଫତେହିଙ୍କୁ ଇଡି ଜେରା କରିଥିଲା । ସୁକେଶ ୨୦୦ କୋଟିର ଠକେଇ କରିଥିବା ବେଳେ ନୋରା ଓ ଜ୍ୟାକଲିନ ତାଙ୍କ ପାର୍ଟିରେ ସାମିଲ ଥିଲେ ବୋଲି ଜଣାପଡିଛି । ଜ୍ୟାକଲିନ ୩୦ ଅଗଷ୍ଟରେ ଇଡି ଅଫିସରେ ପହଞ୍ଚିବା ପରେ ତାଙ୍କୁ ଦୀର୍ଘ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା । ଆଇନ ଆଧାରରେ ତାଙ୍କ ବୟନ ମଧ୍ୟ ରେକର୍ଡ କରାଯାଇଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ 🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ