Masthead

ପୁଣି ପରଦାରେ ଆସିବ ସନ୍ନି ଦେଓଲ ଓ ଅମିଷା ପଟେଲଙ୍କ ଯୋଡି

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ୨୦୦୧ରେ ରିଲିଜ୍ ହୋଇଥିଲା ବଲିଉଡ ଫିଲ୍ମ ‘ଗଦର-ଏକ୍ ପ୍ରେମ୍ କଥା’ । ଫିଲ୍ମଟି ରିଲିଜ୍ ହେବା ପରେ ଏହାର କାହାଣୀ, ଗୀତ ଏବଂ ଅଭିନୟ ସବୁକିଛି ଦର୍ଶକଙ୍କ ମନକୁ ଛୁଇଁଥିଲା । ଏବେ ବି ଏହି ଫିଲ୍ମ ପାଇଁ ଦର୍ଶକଙ୍କ ମନରେ ରହିଛି ଅନେକ କ୍ରେଜ୍ । ଫିଲ୍ମଟି ରିଲିଜ୍ ହେବା ପରେ ସୁପରହିଟ୍ ଯୋଡି ସନ୍ନି ଦେଓଲ ଏବଂ ଅମିଷା ପଟେଲଙ୍କର ଡିମାଣ୍ଡ ବଢି ଯାଇଥିଲା । ତେବେ ବର୍ତ୍ତମାନ ପୁଣି ଥରେ ପରଦାରେ ଦେଖିବାକୁ ମିଳିବ ଏହି ଯୋଡିଙ୍କୁ । କାହିଁକିନା ନିକଟରେ ଦଶହରା ଭେଟି ଦେଇଛନ୍ତି ବଲିଉଡ ଅଭିନେତା ସନ୍ନି ଦେଓଲ । ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି ସୁପରହିଟ୍ ଫିଲ୍ମ ‘ଗଦର-ଏକ୍ ପ୍ରେମ୍ କଥା’ର ସିକ୍ୱେଲ୍ । ଅନେକ ଦିନ ପରେ ପୁଣି ଥରେ ସନ୍ନି ଦେଓଲ ଓ ଅମିଷା ପଟେଲଙ୍କୁ ପରଦାରେ ଏକାଠି ଦେଖିବାକୁ ମିଳିବ ।

ତେବେ ନିକଟରେ ଫିଲ୍ମର ଏକ ମୋଶନ୍ ପୋଷ୍ଟର ଲଞ୍ଚ୍ କରାଯାଇଛି । ନିର୍ମାତା ମାନେ ଏହି ପୋଷ୍ଟର ସୋସିଆଲ ମିଡିଆରେ ପୋଷ୍ଟ୍ କରିବା ପରେ ଦର୍ଶକ ମଧ୍ୟ ଏହାକୁ ବେଶ୍ ପସନ୍ଦ କରିଛନ୍ତି । ଫିଲ୍ମଟି ୨୦୨୨ରେ ରିଲିଜ୍ ହେବାକୁ ଯାଉଛି । ସେୟାର ହୋଇଥିବା ମୋଶନ୍ ପୋଷ୍ଟର ‘କଥା ଜାରି ହୈ…’ ରୁ ଆରମ୍ଭ ହେଉଛି । ଏହା ପରେ ସନ୍ନି ଦେଓଲ୍ , ଅମୀଷା ପଟେଲ୍ , ଉକ୍ରର୍ଷ ଶର୍ମାଙ୍କ ନାମ ଆସୁଛି । ଶେଷରେ ଫିଲ୍ମର ନିର୍ଦ୍ଦେଶକ ଓ ପ୍ରଡ୍ୟୁସରଙ୍କ ନାମ ଦେଖିବାକୁ ମିଳିଛି । ତେବେ ମୋଶନ ପୋଷ୍ଟରରେ ଥିବା ଗୀତ ମଧ୍ୟ ବେଶ୍ ସୁନ୍ଦର ହୋଇଛି । ଫିଲ୍ମର ନର୍ଦ୍ଦେଶନା ଅନୀଲ ଶର୍ମା ହେବେ ଯିଏ କି ଏହି ଫିଲ୍ମର ପ୍ରଥମ ପାର୍ଟର ନିର୍ଦ୍ଦେଶନା ଦେଇଥିଲେ ।

ତେବେ ଏହି ପୋଷ୍ଟରକୁ ସେୟାର କରି ସନ୍ନି ଦେଓଲ ଲେଖିଛନ୍ତି ଯେ ଦୁଇ ଦଶକ ପରେ ଶେଷରେ ଅପେକ୍ଷାର ଅନ୍ତଃ ଘଟିଛି । ଦଶହରା ଅବସରରେ ଗଦର-୨ର ପୋଷ୍ଟର ରିଲିଜ୍ ହୋଇଛି ।ସୂଚନା ଅନୁସାରେ ଫିଲ୍ମର କାହାଣୀ ଭାରତ-ପାକିସ୍ତାନ ଉପରେ ପ୍ରସ୍ତୁତ କରାଯାଇଛି । ଫିଲ୍ମର ପ୍ରି-ପ୍ରଡକ୍ସନ କାମ ବି ଆରମ୍ଭ ହୋଇ ସାରିଲାଣି ।୨୦୨୧ରେ ରିଲିଜ୍ ହୋଇଥିବା ଗଦର-ଏକ୍ ପ୍ରେମ୍ କଥା କୁ ଦର୍ଶକ ଯେପରି ପସନ୍ଦ କରିଥଇଲେ ଏହି ଫିଲ୍ମକୁ ମଧ୍ୟ ସେପରି ଭଲପାଇବା ମିଳିବ ବୋଲି ଆଶା ରଖିଛନ୍ତି ନିର୍ମାତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ