Masthead

ପୂଜା ପୂର୍ବରୁ ବନ୍ଧାହେବେ ଦୁଇଶହ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଆସୁଛି ସାର୍ବଜନୀନ ଦୁର୍ଗାପୂଜା। ସାରା ରାଜ୍ୟରେ କଟକରେ ମା’ଙ୍କ ପୂଜା ପ୍ରସିଦ୍ଧ। ତେବେ ବର୍ତ୍ତମାନ କରୋନା ପରିସ୍ଥିତିକୁ ନେଇ ରଜ୍ୟ ସରକାରଙ୍କ ଗାଇଡ୍ ଲାଇନ୍ ଅନୁସାରେ କେବଳ ମଣ୍ଡପରେ ପୂଜା ପାଇବେ ମା’। କୌଣସି ସାଜସଜ୍ଜା ହେବ ନାହିଁ। ଏଥି ପାଇଁ ଦ୍ୱୈତନଗରୀ କମିଶନରେଟ୍ ପୋଲିସ ମଧ୍ୟ ତା’ର ପ୍ରସ୍ତୁତି ଆରମ୍ଭ କରିଛି। ସୂଚନା ଅନୁସାରେ ଦୁର୍ଗାପୂଜା ପୂର୍ବରୁ ୨୦୦ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିବାକୁ କମିଶନରେଟ୍ ପୋଲିସ ତାଲିକା ପ୍ରସ୍ତୁତ କରିଛି। ସିଆରପିସିର ଧାରା ୧୧୦ରେ ଏହି ତାଲିକାଭୁକ୍ତ ଅପରାଧୀଙ୍କୁ ଗିରଫ କରାଯିବ। ଏହାବାଦ୍ ୪୦୦ ୱାରେଣ୍ଟିଙ୍କୁ ବି ଗିରଫ କରାଯିବ।

କଟକରେ ଯେଭଳି ଦୁର୍ଗାପୂଜା ସମୟରେ ଏଭଳି ଅସାମାଜିକମାନେ କୌଣସି ପ୍ରକାର ଗଣ୍ଡଗୋଳ ନ ଘଟାନ୍ତି ସେ ଦିଗରେ ପୋଲିସ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି। ଯଦିଓ ଏଥର ଦୁର୍ଗାପୂଜା ଯାକଜମକରେ ହେବନାହିଁ କିନ୍ତୁ ଅପରାଧୀ ଗୋଷ୍ଠୀ ଦାଦାବଟି, ବୋମା ମାଡ଼ ଏବଂ ଡକାୟତି ଭଳି କାଣ୍ଡ ଘଟାଇବା ଆଶଙ୍କା କରୁଛି ପୋଲିସ। ପ୍ରାୟ ୧୨ଟି ଅଞ୍ଚଳରେ ଚାନ୍ଦା ଆଦାୟକୁ ନେଇ ବିବାଦ ଥିବା ପୋଲିସ ତାଲିକା ପ୍ରସ୍ତୁତ କରିଛି। ଏହି ସାହିଗୁଡ଼ିକ ସହିତ ଥାନା ସ୍ତରରେ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଥବା ଜୋନ ସ୍ତରରେ ବିବାଦ ସମାଧାନ କରିବାକୁ ଉଦ୍ୟମ କରାଯିବ।

ଦୁର୍ଗାପୂଜାରେ ସାହି ବଜାରରେ ଏରାଗୁଲା ଗ୍ୟାଙ୍ଗ୍ ଅଧିକ ସଂଖ୍ୟାରେ ଉତ୍ପାତ କରିଆସୁଥିବା ଦେଖିବାକୁ ମିଳେ। ତେଣୁ ଏହି ଧରଣର ଅପରାଧୀଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯିବାକୁ ପୋଲିସ ତାଲିକା ପ୍ରସ୍ତୁତ କରିଛି। ପୂଜା ସମୟରେ ସହରରେ ବେଆଇନ ମଦ କାରବାର ଅଧିକ ବୃଦ୍ଧି ପାଇଥାଏ। ମାଛୁଆ ବଜାର, ବାରଙ୍ଗ, ସିଡିଏ, ପଟ୍ଟାପୋଲ ଇତ୍ୟାଦି ଅଞ୍ଚଳରେ ଚୋରାମଦ କାରବାର ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଠିପି ବନ୍ଦ ମଦ ଦୋକାନ ବାହାରେ ମଦ ପିଉଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ପୂଜା ମଣ୍ଡପଗୁଡ଼ିକ କେହି ଯେମିତି ଡେକୋରେସନ୍ କରିବେ ନାହିଁ, ଏସବୁ ଥାନା ଆଇଆଇସି ସୁନିଶ୍ଚିତ କରାଇବେ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଯେଭଳି ଦୁର୍ଗାପୂଜା ଚଳିତବର୍ଷ ଆୟୋଜନ ହେବ ସେଥିପ୍ରତି କଡ଼ା ନଜର ରଖାଯିବ। ପୂଜା ଆୟୋଜନ ସମୟରେ କୋଭିଡ୍ ଗାଇଡଲାଇନ୍ ଖିଲାପ ହେଲେ ସେହି ଅନୁଯାୟୀ ଜରିମାନା ସହିତ ମାମଲା ରୁଜୁ କରିବାକୁ କମିଶନରେଟ୍ ପୋଲିସ ପକ୍ଷରୁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ