Masthead

ଟିକା ଦିଅନ୍ତୁ, ଟିଭି ଓ ମୋବାଇଲ ଭଳି ପୁରସ୍କାର ନିଅନ୍ତୁ 

ଇମ୍ଫାଲ(ବଡ଼ ଖବର ବ୍ୟୁରୋ):    ଟିକାକରଣକୁ ନେଇ ଏବେ ଏକ ନୂଆ ସ୍କିମ ବଜାରକୁ ଆସିଛି । ଟିକା ଦେବାକୁ ଲୋକଙ୍କ ମନରେ ଉତ୍ସାହ ଆଣିବା ପାଇଁ ଏହି ନୂଆ ଯୋଜନା ଆରମ୍ଭ ହୋଇଛି । ଖାଲି ଏତିକି ନୁହେଁ ଟିକା ନେଲେ ପୁରସ୍କାର ରାଶି ମଧ୍ୟ ପ୍ରଦାନ କରାଯିବ । ଟିକା ଦେଲେ ମିଳିବ ଟିଭି ଓ ମୋବାଇଲ ଫୋନ । ତେବେ ମଣିପୁରରେ ଏଭଳି ଅଦ୍ଭୁତ ନୂଆ ଯୋଜନା ଆରମ୍ଭ ହୋଇଛି । ମଣିପୁର ଇମ୍ଫାଲର ପଶ୍ଚିମ ଜିଲ୍ଲାରେ ଏକ ମେଗା ଟିକାକରଣ ଶିବିର ଆୟୋଜନ କରାଯାଇଛି ।

ଏହି ଶିବିରରେ ଯେଉଁମାନେ କୋଭିଡ ୧୯ ଟିକା ନେବେ ସେମାନଙ୍କୁ ଏଭଳି ପୁରସ୍କାର ଦିଆଯିବ । ସେମାନଙ୍କୁ ଟେଲିଭିଜନ, ମୋବାଇଲ, କିମ୍ବା କମ୍ବଳ ଜିତିବାର ସୁଯୋଗ ଦିଆଯିବ ବୋଲି ଅଧିକାରୀମାନେ କହିଛନ୍ତି । ଏ ନେଇ ଏକ ନାରା ମଧ୍ୟ ପ୍ରସ୍ତୁତ ହୋଇଛି । ‘ଏକ ଟିକା ଦିଅ, ପୁରସ୍କାର ନିଅ’ ସ୍ଲୋଗାନ ଦେଇ ଏକ ମେଗା ଟିକାକରଣ  ସହ ବମ୍ପର ଡ୍ର କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପ୍ରଶାସନ ନିଷ୍ପତି ନେଇଛି ।

ଅକ୍ଟୋବର ୨୪, ଅକ୍ଟୋବର ୩୧ ଏବଂ ନଭେମ୍ବର ୭ରେ ଜିଲ୍ଲାର ତିନୋଟି କେନ୍ଦ୍ରରେ ଏହି ଟିକାକରଣ ଶିବିର ଆୟୋଜନ କରାଯିବ । ଏ ନେଇ ଇମ୍ଫାଲ ପଶ୍ଚିମ ଜିଲ୍ଲା ଡେପୁଟି କମିଶନର ଟିଏଚ.କିରଣକୁମାର ଏକ ବିଜ୍ଞପ୍ତି ଜାରି କରିଛନ୍ତି । ଯେଉଁମାନେ ଏହି ତିନୋଟି କେନ୍ଦ୍ରରେ ଟିକା ନେବେ ସେମାନଙ୍କୁ ଏହି ପୁରସ୍କାର ଦିଆଯିବ । ପ୍ରଥମ ପୁରସ୍କାର ଭାବେ ଟିଭି ରହିଛି, ଦ୍ୱିତୀୟଟି ମୋବାଇଲ ଫୋନ ଏବଂ ତୃତୀୟଟି କମ୍ବଳ ରହିଛି ।

୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଏହି କରୋନା ଟିକାକରଣର ପ୍ରଥମ କିମ୍ବା ଦ୍ୱିତୀୟ ଡୋଜ ନେଲେ ଏହି ପୁରସ୍କାର ଜିତିପାରିବେ ବୋଲି କୁହାଯାଇଛି ।  ସୂଚନା ଅନୁଯାୟୀ, ଭାରତରେ ଟିକାକରଣ ଦୃତ ଗତିରେ ଚାଲିଛି । ଏ ଯାଏଁ ୯୭,୬୫,୮୯,୫୪୦ ଲୋକଙ୍କୁ ଟିକା ଦିଆ ସରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼