Masthead

ଭକ୍ତଙ୍କ ପାଇଁ ପ୍ରତିବନ୍ଧକ ସାଜିଛି ଭଙ୍ଗାପୋଲ

କଙ୍କଡ଼ାହାଡ଼ (ବଡ଼ ଖବର ବ୍ୟୁରୋ): ମା’ ମିହ୍ଲାଦେଶ୍ବରୀ ପୀଠକୁ କାଠ ପୋଲ ହିଁ ସାହା ଭରସା । ମା’ଙ୍କ ମନ୍ଦିର ସେବାଶ୍ରମ ସହ ମଠ ମଧ୍ୟରେ ରହିଛି ବିଭିନ୍ନ ପ୍ରକାର ଫୁଲଫଳ ଗଛ । ବହୁତ ସୁନ୍ଦର ପରିବେଷ ମଧ୍ୟରେ ରହିଛି ମା’ ମହ୍ଲାଦେଶ୍ବରୀ ପୀଠ। ସରକାରୀ, ବେସରକାରୀ , ଗ୍ରାମବାସୀ ତଥା ଅଞ୍ଚଳବାସୀଙ୍କ ଭିକ୍ଷାରେ ସହଯୋଗରେ ମଠ ପରିଚାଳିତ ।

ମଠରେ ରହିଛି ପାନୀୟ ଜଳସହ ବିଦ୍ୟୁତ୍ ବ୍ୟବସ୍ଥା। ପାର୍ବଣ ସମୟରେ ଭକ୍ତଙ୍କ ଭିଡ ଲଗିଥାଏ ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ, ହେଲେ ଦୀର୍ଘ ୩୬ବର୍ଷ ମଧ୍ୟରେ ମଠକୁ ନାହିଁ ଦୀର୍ଘ ସ୍ଥାୟୀ ରାସ୍ତାଟିଏ। ଏଭଳି ଚିତ୍ର ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ବ୍ଲକ ତଥାପଞ୍ଚୟତର ବାଘୁଆପାଳ ଗାଁ ରେ। ପୀଠଟି କଙ୍କଡ଼ାହାଡ଼ ବ୍ଲକ ଠାରୁ ମାତ୍ର ତିନି କିଲୋମିଟର ଦୂର ।

ରାମିଆଳ ନଦୀକୁ ସଂଯୋଗ ରହିଛି ଗୋଟିଏ ନାଳ । ଏହି ନାଳ ଭକ୍ତଙ୍କ ପାଇଁ ସାଜିଛି ପ୍ରତିବନ୍ଧକ । କେଉଁ କାଳରୁ ନାଳ ଉପରେ ନିର୍ମାଣ କାଠ ପୋଲଟି ଏବେ ଦୁର୍ବଳ ହୋଇଗଲାଣି। ପୋଲକୁ ଭରସା କରି ପାରୁନାହାଁନ୍ତି ଭକ୍ତମାନେ। ସେଥିପାଇଁ ପୀଠ ଖାଁ ଖାଁ । ସ୍ଥାୟୀ ପୋଲ ନିର୍ମାଣ ପାଇଁ ଅଞ୍ଚଳବାସୀ ଦାବି କରି ଆସୁଛନ୍ତି। କିନ୍ତୁ ପ୍ରଶାସନ ପକ୍ଷରୁ ଅବହେଳା କରାଯାଉଛି ପୀଠକୁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି