Masthead

ପାଣି ବୁନ୍ଦାଏ ପାଇଁ ଡହଳବିକଳ

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ଜଳ ହିଁ ଜୀବନ । ଏହି ଭାବଧାରା ନେଇ କେନ୍ଦ୍ର ଓ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଛନ୍ତି ବିଭିନ୍ନ ଯୋଜନା । ରାଜକୋଷରୁ ଖର୍ଚ୍ଚ ହେଉଛି ପାଣିଭଳି ଟଙ୍କା । ସାଧାରଣ ଟିକସଦାତାଙ୍କଠାରୁ ଆସୁଥିବା ଏହି ଟଙ୍କାର ସିଂହଭାଗ ସରକାରୀ ବାବୁ ଓ ରାଜନେତାଙ୍କ ବିଳାସବ୍ୟସନରେ ଉଡ଼ିଯାଉଛି । ଯେଉଁମାନଙ୍କ ପାଇଁ ଏତେ ଯୋଜନା ସେମାନେ ହନ୍ତସନ୍ତ ହେବା ସାର ହେଉଛି । ଏକଥା ଆମେ କହୁନୁ ସମ୍ବଲପୁର ମହାନଗର ନିଗମର ମାନେଶ୍ୱର ଅଞ୍ଚଳର ଲୋକେ କହୁଛନ୍ତି । ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବରୁ ଏହି ଅଞ୍ଚଳର ଲୋକମାନେ ପିଇବା ପାଣି ପାଇଁ ଏମେ ମଧ୍ୟ ହନ୍ତସନ୍ତ ହେଉଛନ୍ତି ।

ସମ୍ବଲପୁର ମହାନଗର ନିଗମ ୪୦ନଂ ୱାର୍ଡର ମାନେଶ୍ୱର ଅଞ୍ଚଳ । ଲୋକଙ୍କୁ ସୁବିଧାରେ ପିଇବା ପାଣି ମିଳିବା ଦିବାସ୍ୱପ୍ନ ହୋଇପଡିଛି । ଲୋକେ ଲମ୍ବାଧାଡ଼ିରେ ଛିଡାହୋଇ ନଳକୂଅରୁ ପିଇବା ପାଣି ସଂଗ୍ରହ କରୁଛନ୍ତି । ସରକାରଙ୍କ ଅମୃତ ଧାରା ଯୋଜନା ଏଠି ବାଟବଣା ହୋଇଥିବା ସାଧାରଣ ଲୋକେ କହୁଛନ୍ତି । ତିନିବର୍ଷ ହେଲା ଅସମ୍ପୂର୍ଣ୍ଣ ହୋଇ ପଡିରହିଛି ଏହି ପ୍ରକଳ୍ପ । ଲୋକଙ୍କ ବାରମ୍ବାର ଅଭିଯୋଗ ପରେ ତିନିବର୍ଷ ପୂର୍ବେ ମାନେଶ୍ୱର ଅଞ୍ଚଳରେ ପିଇବା ପାଣି ଯୋଗାଇବା ପାଇଁ ପ୍ରକଳ୍ପ ଆରମ୍ଭ କରାଯାଇଥିଲା । ପାଇପ ବିଛା ହୋଇସାରିଛି,ହେଲେ ପାଣିର ଦେଖାନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏମିତି ବି ଆସେ ମୃତ୍ୟୁ 🔴 ଦିଲ୍ଲୀ ବିସ୍ଫୋରଣ, ମିଳିଲା ୯ ଏମ୍ଏମ୍‌ର ୩ଟି କ୍ୟାଟ୍ରିଜ୍ 🔴 ପୂର୍ବ ଶତ୍ରୁତା ହେଲା କାଳ, ପୋଲିସକୁ ପଥରରେ ଛେଚି ହତ୍ୟା 🔴 ଟଳିଲେ ୩ ନକ୍ସଲ 🔴 ବଢ଼ୁଛି ଶୀତ, ଥରୁଛି ଓଡ଼ିଶା 🔴 ବିସ୍ଫୋରଣରେ ଉଡ଼ିଗଲା ଥାନା, ୭ଜଣ ମୃତ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା? 🔴 ଏମିତି ବି ଆସେ ମୃତ୍ୟୁ 🔴 ଦିଲ୍ଲୀ ବିସ୍ଫୋରଣ, ମିଳିଲା ୯ ଏମ୍ଏମ୍‌ର ୩ଟି କ୍ୟାଟ୍ରିଜ୍ 🔴 ପୂର୍ବ ଶତ୍ରୁତା ହେଲା କାଳ, ପୋଲିସକୁ ପଥରରେ ଛେଚି ହତ୍ୟା 🔴 ଟଳିଲେ ୩ ନକ୍ସଲ 🔴 ବଢ଼ୁଛି ଶୀତ, ଥରୁଛି ଓଡ଼ିଶା 🔴 ବିସ୍ଫୋରଣରେ ଉଡ଼ିଗଲା ଥାନା, ୭ଜଣ ମୃତ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା?