Masthead

ପୁଣି ଆର୍ୟନ ଖାନଙ୍କ ବେଲ ଖାରଜ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ପୁଣି ଆର୍ୟନ ଖାନଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖାନ କରାଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ପୁଣିଥରେ ଏହା ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଅକ୍ଟୋବର ୧୪ରେ ଅଧିବେଶନ କୋର୍ଟରେ ବିଚାରପତି ଓକିଲଙ୍କ ଯୁକ୍ତି ଶୁଣିବା ପରେ ଏହି ରାୟ ସଂରକ୍ଷିତ ରଖିଥିଲେ ।

ଅନ୍ୟପଟେ ଆର୍ୟନ ଖାନ ମାତ୍ର ୨୦ ବର୍ଷ ବୟସରୁ ହିଁ ଡ୍ରଗ୍ସ ସେବନ କରିବା ଆରମ୍ଭ କରିଦେଇଥିଲେ । ଏହା ସହ ଆନ୍ତର୍ଜାତିକ ଡ୍ରଗ୍ସ ବେପାରୀଙ୍କ ସହ ଆର୍ୟନଙ୍କର ସମ୍ପର୍କ ରହିଛି ବୋଲି ଏନସିବି ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହା ମଧ୍ୟରେ ଆର୍ୟନଙ୍କ ପ୍ରଶଂସକମାନେ କୋର୍ଟ ବାହାରେ ଏକାଠି ହୋଇ ତାଙ୍କ ଜାମିନ ଦାବି କରୁଛନ୍ତି । କ୍ରୁଜ୍ ପାର୍ଟିରେ ଡ୍ରଗ୍ସ କାରବାର ନେଇ ଆର୍ୟ୍ୟନଙ୍କୁ ଗିରଫ କରିଛି ଏନ୍‌ସିବି ।

ଅକ୍ଟୋବର ୨ରେ ଚଢ଼ାଉ ବେଳେ ତାଙ୍କୁ ଧରା ଯାଇଥିଲା। ଅକ୍ଟୋବର ୩ ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା। ଅକ୍ଟୋବର ୮ ତାରିଖରୁ ସେ ମୁମ୍ବାଇର ଆର୍ଥର ରୋଡ୍ ଜେଲ୍‌ରେ ଅଛନ୍ତି। ଆର୍ୟନ ଖାନଙ୍କସହିତ ତାଙ୍କ ବନ୍ଧୁ ଅରବାଜ ମର୍ଚ୍ଚାଣ୍ଟ ଏବଂ ଅନ୍ୟ ୭ ଜଣଙ୍କୁ ଏନ୍‌ସିବି ଗିରଫ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ