Masthead

ଧରା ପଡ଼ିଲା ବନ୍ଧୁକ ବେପାରୀ

କଟକ (ବଡ଼ ଖବର ବ୍ୟୁରୋ): କଟକରୁ ପୁଣି ଧରା ପଡିଲେ ବନ୍ଧୁକ ବେପାରୀ। ଚାଉଳିଆଗଞ୍ଜ ଥାନା ପଞ୍ଜାରେ ପଡିଛନ୍ତି ଏହି ବେପାରୀ। ୪ ଜଣ ବେପାରୀଙ୍କ ସହ ୫ ଟି ବନ୍ଧୁକ ଓ ଗୁଳି ଜବତ କରିଛି ପୋଲିସ। ଅପରାଧିକ କାର୍ଯ‎୍ୟକଳାପ ପାଇଁ ବ୍ୟବହାର କରିବା ଉଦ୍ଦେଶ୍ୟରେ ଆଣିଥିଲେ ବନ୍ଧୁକ। ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଏମାନଙ୍କୁ ଗିରଫ କଲା ପୋଲିସ। ଏମାନଙ୍କ ଭିତରୁ ତିନି ଜଣ ଜଗତସିଂପୁର ଜିଲ୍ଲାର ହୋଇଥିବା ବେଳେ ସୌମେନ୍ଦ୍ର ସାହୁ ଓରଫ ମାଗୁ ହେଉଛି କଟକ ଜିଲ୍ଲାର।

ତା ବିରୋଧରେ ଚାଉଳିଆଗଞ୍ଜ ଥାନାରେ ରହିଛି ଅନେକ ଅପରାଧିକ ମାମଲା। ଅପରାଧୀଙ୍କୁ ବନ୍ଧୁକ ଯୋଗେଇବା ଓ ନିଜେ ଅପରାଧିକ କାର୍ୟ୍ୟକଳାପ ଏମାନେ ବନ୍ଧୁକ ରଖିଥିଲେ। ତେବେ ଗତ ୮ ମାସ ଭିତରେ ୫୯ ଟି ବନ୍ଧୁକ କଟକ ସହରାଅଞ୍ଚଳ ପୋଲିସ ଜବତ କରିଛି ବୋଲି ସୂଚନା ଦେଇଛନ୍ତି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି