Masthead

ବିନା ଛୁଞ୍ଚିରେ ଟିକା ନେବେ ଶିଶୁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିନା ଛୁଞ୍ଚିରେ ଟିକା ନେବେ ଶିଶୁ । ଦୁଇଟି ଟିକା ଶିଶୁମାନେ ନେବା ପାଇଁ ପରାମର୍ଶ ଦିଆଯାଇଛି । ‘ଯାଇପର-ଡି’ ଯାହାକୁ ଡିସିଜିଆଇ ଅନୁମତି ଦେଇଛନ୍ତି । ୧୨ ରୁ ୧୮ବର୍ଷ ଶିଶୁଙ୍କ ପାଇଁ କୋଭାକସିନ ଯାହାକୁ ଏକଜାମିନ କରି ଡିସିଜିଆଇ ଅନୁମତି ଦେବେ । ଏ ନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂଧ୍ୟାରେ ଭିଡ଼ିଓ କନଫରସିଂ ମଧ୍ୟମ ତାଲିମ୍ ଦିଆଯିବ । ରାଜ୍ୟରେ ୨ବର୍ଷ ରୁ ୧୮ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କୁ ଟିକା ଦିଆଯିବ ।

ତେବେ ଦେଶରେ ୧କୋଟି ୪୦ ଲକ୍ଷ ଶିଶୁ ଅଛନ୍ତି । ଯଦି ଏକା ସାଙ୍ଗେ ଆମେ ଶିଶୁଙ୍କୁ ଟିକା ଦେବା ପାଇଁ ଆରମ୍ଭ କରିବୁ ତେବେ ଆମକୁ ଟିକାକାରଣ କେନ୍ଦ୍ର ବଢ଼େଇବାକୁ ପଡିବ । ଯେଉଁ ମୁହୂର୍ତ୍ତରେ ନିର୍ଦ୍ଦେଶ ଆସିବା ସଙ୍ଗେ ସଙ୍ଗେ ଆମେ କାର୍ଯ୍ୟକ୍ରମ ଆରମ୍ଭ କରିବୁ । ଯେହେତୁ ପିଲାମାନେ ଇଞ୍ଜେକ୍ସନକୁ ଟିକେ ଡରନ୍ତି ତେବେ ସେମାଙ୍କୁ ଫର୍ମା ଡେପଥ ଟେକ୍ନୋଲୋଜି ମଧ୍ୟମରେ ଟିକା ଦିଆଯିବ । ଏଥିପାଇଁ ସ୍ୱତନ୍ତ୍ର ଏସଓପି ଆସିବ । ସେହି ଅନୁସାରେ ଆମେ ଟିକାକରଣ କରାଇବୁ ।

ବର୍ତ୍ତମାନ ସୁଦ୍ଧା ଆମେ ୩କୋଟି ୫୦ଲକ୍ଷ ଡୋଜ ଟିକା ଦିଆସାରିଲାଣି । ୨କୋଟି ୪୭ଲକ୍ଷ ପ୍ରଥମ ଡୋଜ ୭୮% ଓ ୧କୋଟି ୩ଲକ୍ଷ ଦ୍ୱତୀୟ ଡୋଜ ୩୩% ଦିଆସାରିଛି । ଆଜି ୧୮୩୦ ଟି ଟିକାକରଣ କେନ୍ଦ୍ରରେ ଟିକାକରଣ କରାଯାଉଛି । ବର୍ତ୍ତମାନ ରାଜ୍ୟରେ ୨୪ ଲକ୍ଷ ଟୀକା ମହଜୁଦ ଅଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ