Masthead

ଧରା ପଡିଲା ନରହନ୍ତା ବାଘ

ରାଇଘର (ବଡ଼ ଖବର ବ୍ୟୁରୋ): ଶେଷରେ ଧରା ପଡିଛି ନରହନ୍ତା ଚିତା ବାଘ। ଗୋଟିଏ ପରେ ଗୋଟିଏ ୩ ଜଣ ଲୋକଙ୍କୁ ଶିକାର କରିଥିବା ନରହନ୍ତା ବାଘକୁ ଧରିବାରେ ଶେଷରେ ସଫଳ ହୋଇଛି ଛତିଶଗଡ ରାଜ୍ୟର ସିହାୱା ବନ ବିଭାଗ। ସୂଚନା ଅନୁସାରେ ଗତ ୧୧ ତାରିଖ ସନ୍ଧ୍ୟାରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଳକ ତୁରୁଡିହି ଗ୍ରାମର ଅମିତ୍ ମର୍କାମ ନିଜ ପରିବାର ଲୋକଙ୍କ ସହ ସିହାୱା ସ୍ଥିତ ଶୃଙ୍ଗି ରୁଷି ପାହାଡ଼ ସ୍ଥିତ ଶୀତଳା ମାତା ମନ୍ଦିରରୁ ଦର୍ଶନ ସାରି ତଳକୁ ଓହ୍ଲେଇବା ସମୟରେ ଅଚାନକ ଏକ ଚିତାବାଘ ଆକ୍ରମଣ କରିଥିଲା ।

ଯେଉଁ ଥିରେ ୬ ବର୍ଷର ବାଳକ ଅମିତ୍ ମର୍କାମଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଯାହା ଫଳରେ ବନ ବିଭାଗ ୪ଟି ବିଭିନ୍ନ ସ୍ଥାନରେ ଯନ୍ତା ବସାଇ ଜଗି ରହିଥିଲା। ତେବେ ଗତକାଲି ରାତି ପ୍ରାୟ ୩ଟା ସମୟରେ ବାଘଟି କାଳୀ ଗୁମ୍ଫା ନିକଟରେ ବସା ଯାଇଥିବା ଯନ୍ତାରେ ଥିବା ଛେଳିକୁ ଖାଇବାକୁ ଆସି ଫସି ଯାଇଥିଲା। ସେଠାରେ ଛକି ରହିଥିବା ବନ କର୍ମଚାରୀମାନେ ଶେଷରେ ପିଞ୍ଜରାକୁ ବନ୍ଦ କରି ବାଘଟିକୁ କାବୁ କରିବାରେ ସଫଳ ହୋଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼