Masthead

ବାଜିରେ ଲାଗିଛି ଜୀବନ

ପଦ୍ମପୁର (ବଡ଼ ଖବର ବ୍ୟୁରୋ): ବାଜିରେ ଲାଗିଛି ଶ୍ରମିକଙ୍କ ଜୀବନ । ସେଫଟି କିଟ୍ ନଥାଇ ଶହ ଶହ ଫୁଟ୍ ଉପରେ ସେମାନେ କାମ କରୁଛନ୍ତି । ପଦ୍ମପୁର ଉପଖଣ୍ଡ ଚାରପାଲିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଚାରପାଲିରେ ଚାଲିଥିବା ପାଣିଟାଙ୍କି କାମରେ ହେଲମେଣ୍ଟ କିମ୍ବା ସେଫଟି ଜ୍ୟାକେଟ୍ ନପିନ୍ଧି ଶ୍ରମିକମାନେ ଲାଗିଛନ୍ତି । ଆରଡବ୍ଲୁଏସଏସ ଓ ପିଏଚଇଡ଼ ପକ୍ଷରୁ ଏହି କାମ ହେଉଛି । ମାତ୍ର ଶ୍ରମିକଙ୍କ ସୁରକ୍ଷା ଲାଗି କାହାର ନିଘା ନାହିଁ । କାର୍ଯ୍ୟସ୍ଥଳରେ ବ୍ୟାରିକେଡ ନାହିଁ । କାମ ତଦାରଖ କରିବା ଲାଗି ମାଳ ମାଳ ଅଫିସର ପ୍ରତିଦିନ ଆସୁଛନ୍ତି । ତଥାପି ଶ୍ରମିକଙ୍କ ସୁରକ୍ଷା ପ୍ରତି ସମସ୍ତେ ଆଖିବୁଜି ଦେଇଛନ୍ତି ।

ଅବସ୍ୟ ପୂର୍ବରୁ ଆରଡବ୍ଲୁଏସଏସର ଏସଡ଼ିଓ ରଶ୍ମୀରଞ୍ଜନ ମର୍ଥା ଠିକାଦାର ଓ ଶ୍ରମିକଙ୍କୁ ତାଗିଦ କରିଥିଲେ । କିଛିଦିନ ନିୟମ ମାନି କାମ କରିଥିଲେ ଶ୍ରମିକ । ଏବେ ବିନା ସେଫଟି କିଟରେ କାମ କରୁଛନ୍ତି । ଏନେଇ ପିଏଚଇଡ଼ ଜେଇଙ୍କୁ ଜଣାଯାଇଥିଲେ ସୁଦ୍ଧା ସେ ନଜର ଦେଉନଥିବା ଅଭିଯୋଗ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ