‘ସର୍ବସାଧାରଣ ସ୍ଥାନ ଦଖଲକୁ ନା’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସର୍ବସାଧାରଣ ସ୍ଥାନ ଏବଂ ରାସ୍ତାକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଦଖଲ କରାଯାଇପାରିବ ନାହିଁ । ଆନ୍ଦୋଳନକାରୀମାନେ ଏହାକୁ ଦଖଲ କରିପାରିବେ ନାହିଁ । ସାଧାରଣ ଅଞ୍ଚଳରେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ ହେଲେ ଅନ୍ୟମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ସର୍ବସାଧାଧାରଣ ରାସ୍ତା ଅବରୋଧ କରି ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ଗ୍ରହଣୀୟ ନୁହେଁ । ରାସ୍ତା ଅବରୋଧ କରିବାର ଅଧିକାରକୁ ସନ୍ତୁଳିତ କରିବାକୁ ପଡିବ । ସଂସଦୀୟ ଗଣତନ୍ତ୍ରରେ ସଂସଦ ତଥା ରାସ୍ତାରେ ବିରୋଧ କରାଯାଇପାରେ,କିନ୍ତୁ ଏହା ଶାନ୍ତିପୂର୍ଣ୍ଣ ହେବା ଆବଶ୍ୟକ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି ।

କୋର୍ଟ କହିଛନ୍ତି ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଆମେ ପ୍ରଶଂସା କରୁଛୁ । କିନ୍ତୁ ଏହା କେବଳ ନିର୍ଦ୍ଦିଷ୍ଟ ସ୍ଥାନରେ କରାଯାଇପାରିବ । ଦିଲ୍ଲୀ ସାହିନବ।ଗରେ ନାଗରିକତା ବିଲ ବିରୋଧରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ମାମଲାର ରାୟ ଘୋଷଣାକରି ଆଜି ସୁପ୍ରିମକୋର୍ଟ ଏହା କହିଛନ୍ତି ।

ଜଷ୍ଟିସ୍ ଏସ୍.କେ କୌର,ଅନିରୁଦ୍ଧ ବୋଷ ଓ କୃଷ୍ଣ ମୁରାରୀଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ସାହିନବାଗ୍ ମାମଲାର ଶୁଣାଣି ବେଳେ ଏହି ରାୟ ପ୍ରଦାନ କରିଛନ୍ତି । ଗତ ସେପ୍ଟେମ୍ବର-୨୧ର ଏହି ମାମଲାର ଶେଷ ଶୁଣାଣି ପରେ ଖଣ୍ଡପୀଠ ରାୟକୁ ସଂରକ୍ଷିତ ରଖିଥିଲେ । ଅଦାଲତ ପୂର୍ବରୁ କହିଥିଲେ ଏହା ‘ସର୍ବଭାରତୀୟ ନୀତି’ ହୋଇପାରିବ ନାହିଁ । କାରଣ ପରିସ୍ଥିତି ଅନୁଯାୟୀ ମାମଲା ମାମଲା ଭିତରେ ଭିନ୍ନ ଭିନ୍ନ ନିର୍ଦ୍ଦେଶ ଦିଆଯାଇପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!