Masthead

ଦିବ୍ୟଶଙ୍କରଙ୍କ ରାଇପୁର ଘରେ ହେଉଥିଲା ବୁଝାମଣା: ବିଜୟ ମହାପାତ୍ର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସାଙ୍ଘାତିକ ଖୁଲାସା । ମମିତା ପ୍ରସଙ୍ଗରେ ବଡ଼ ଅଭିଯୋଗ ଆଣିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ରାଇପୁର ଘରେ ହୋଇଥିଲା କମ୍ପ୍ରମାଇଜ୍ ଉଦ୍ୟମ । ବୁଝାମଣା ବିଫଳ ହେବାରୁ ଘଟିଛି ହତ୍ୟାକାଣ୍ଡ । ଘଟଣାର ପ୍ରମାଣ ରହିଛି କଲ୍ ରେକର୍ଡରେ । ଯାହା ଥାର୍ଡ ଫ୍ଲୋରରେ ବି ପହଞ୍ଚିଛି । ଉପର ଅଫିସରଙ୍କୁ ସବୁ ଜଣା ଅଛି । କିନ୍ତୁ ଘଟଣାକୁ ଚାପି ଦେବାକୁ ଉଦ୍ୟମ ଚାଲିଛି ବୋଲି ଅଭିଯୋଗ କରିଛନ୍ତି ବିଜୟ ମହାପାତ୍ର । ମମିତା ମେହେର ପ୍ରସଙ୍ଗରେ ପ୍ରଶ୍ନ ପରେ ପ୍ରଶ୍ନ ପଚାରିଛନ୍ତି ବିଜୟ ମହାପାତ୍ର । କାହିଁକି ଗୋବିନ୍ଦଙ୍କୁ ପ୍ରଥମେ ହାଜତ ବଦଳରେ ରଖାଯାଇଥିିଲା ବାରାକରେ ?

ଏଯାଏଁ ମାଜିଷ୍ଟ୍ରେଟଙ୍କ ଆଗରେ କାହିଁକି ହୋଇନି ଦୋଷ ସ୍ୱୀକାରର ବୟାନ ରେକର୍ଡ ? କ୍ରାଇମର ତଦନ୍ତ ନୁହେଁ, ବରଂ ଡିଆଇଜି-ଏସପି ଫିଲ୍ମ ସୁଟିଂ କରୁଥିବା ଭଳି ଲାଗୁଛି । ଅପରାଧୀଙ୍କୁ ଖସାଇବାକୁ ପୋଲିସର ଯୋଜନା ହେଉଥିବା ସେ ଅଭିଯୋଗ କରିଛନ୍ତି । ବିଜୟ ଆଣିଥିବା ଅଭିଯୋଗ ଅତ୍ୟନ୍ତ ସାଙ୍ଘାତିକ । ଯାହା ଘଟଣାରେ ମନ୍ତ୍ରୀଙ୍କ ସିଧାସଳଖ ସଂପୃକ୍ତିର ବଡ଼ ପ୍ରମାଣ । ସେପଟେ ବିଜୟଙ୍କ ଅଭିଯୋଗ ସଂପର୍କରେ ସରକାର କିମ୍ବା ମନ୍ତ୍ରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ