Masthead

ଜୀବନକୁ ବାଜି ଲଗାଇ କରୁଛନ୍ତି ଯାତାୟତ

ଦାରିଙ୍ଗବାଡ଼ି (ବଡ଼ ଖବର ବ୍ୟୁରୋ): ଜୀବନକୁ ବାଜି ଲଗାଇ ଯାତାୟତ କରୁଛନ୍ତି ଲୋକେ।୧୯୮୫ମସିହାରୁ ଏହିଭଳି ଭାବରେ ବିଦ୍ୟୁତ ତାର ଉପରେ ଦଉଡି ଧରି ନଦୀ ପାର ହେଉଛନ୍ତି ଲୋକମାନେ। ଏଭଳି ଚିତ୍ର ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ତିଲୋରି ପଞ୍ଚାୟତ ନିକଟସ୍ଥ ମହାବନ୍ଦ ଗ୍ରାମରେ। ସରକାର ଗ୍ରାମାଞ୍ଚଳର ଲୋକମାନଙ୍କ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ ବିକାଶ ଠାରୁ ଅନତି ଦୂରରେ ମହାବନ୍ଦ ଗ୍ରାମ। ତିଲୋରି ପଞ୍ଚାୟତ ୧୧ନମ୍ବର ୱାର୍ଡ଼ରେ ଅବସ୍ଥିତ ମହାବନ୍ଦ ଗ୍ରାମ। ମହାବନ୍ଦ ଗ୍ରାମକୁ ଯିବା ପାଇଁ ହେଲେ ୨ ପଟେ ବାଟ କଢାଇ ଥାନ୍ତି ଲୋକେ।

ହେଲେ ଅଧିକରୁ ଅଧିକ ବର୍ଷା ହେଲେ ଲୋକମାନେ ବିଦ୍ୟୁତ ତାର ସାହାଯ୍ୟରେ ଯିବା ଆସିବା କରିଥାନ୍ତି ଏବଂ ଖରା ଦିନରେ ନଦୀ ଜଳ କମିଲେ କାଠ ପୋଲ ଦେଇ ଲୋକମାନେ ଯିବା ଆସିବା କରିଥାନ୍ତି ଲୋକେ। ଏଭଳି ଯିବା ଆସିବା କରିବା ସମୟରେ କେତେକ ଲୋକ ପାଣିରେ ବୁଡି ମୃତ୍ୟୁ ବରଣ କରୁଛନ୍ତି ଆଉ କେତେକ ଲୋକ ନଦୀ ପାର ହେବା ପାଇଁ ପାରୁନଥିବାରୁ ଗାଁ ରେ ସ୍କୁଲ କଲେଜ ନଯାଇ ଘରେ ରହୁଥିବା ଦେଖି ବାକୁ ମିଳିଛି। ଏନେଇ ମହାବନ୍ଦ ଗ୍ରାମର ଲୋକମାନେ ସରପଞ୍ଚ,ଘୁ ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଏବଂ ବିଡିଓଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନଥିବା ମତ ପ୍ରକାଶ କରିଛନ୍ତି ଗ୍ରାମବାସୀ।

୨୦୨୦ ମସିହାରେ ମଧ୍ୟ ବିଶିକେସ ନାୟକ ଖଡଗ ନଦୀ ପାର ହେବା ସମୟରେ ବିଦ୍ୟୁତ ତାର ଖସିପଡି ନଦୀରେ ଭାସି ଯାଇ ମୃତ୍ୟୁବରଣ କରିଥିଲେ କିନ୍ତୁ ମହାବନ୍ଦ ଗ୍ରାମକୁ ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମ ବିଭାଗ ଯିବା ପାଇଁ ରାସ୍ତା ଖଣ୍ଡିଏ ନଥିବାରୁ ବିଶିକେସ ନାଏକ ମୃତ୍ୟୁବରଣ କରିଥିଲେ। ଏବଂ ଖଡଗ ନଦୀରେ ଯଦି ପୋଲଟିଏ ନିର୍ମାଣ କରିଦେଲେ ମହାବନ୍ଦ ଗ୍ରାମର ଲୋକମାନେ ଚିନ୍ତା ଦୂରରେ ବସବାସ କରିପାରିଥାନ୍ତେ। ରାସନ ଚାଉଳ କିମ୍ବା ବାର୍ଦ୍ଧକ୍ୟ ଭତା ଏବଂ ଗର୍ଭବତୀ ମାଆମାନଙ୍କୁ ନଦୀ ପାର ହେବା ପାଇଁ ବିଦ୍ୟୁତ ତାର ହିଁ ସାହା ଭରସା ହୋଇଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼