Masthead

ଭାରତରେ ନୂଆ ଭାରିଆଣ୍ଟ ଡେଲ୍ଟା ପ୍ଲସ-ଏୱାଇ.୪.୨

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତରେ କରୋନା ମହାମାରୀ ଆୟତ୍ତ୍ୱ ହେବାରେ ଲାଗିଛି । ସେପଟେ କିଛିଦିନ ପୂର୍ବରୁ ଭାରତ ଖୁବ କମ ଦିନରେ ୧୦୦ କୋଟି ଟିକାକରଣ କ୍ଲବରେ ପହଞ୍ଚିଛି । ହେଲେ ଏହା ମଧ୍ୟରେ ସାମ୍ନାକୁ ଆସିଛି ଆଉ ଏକ ଭାରିଆଣ୍ଟ । ଏହି ଭାରିଆଣ୍ଟକୁ ଡେଲଟା ପ୍ଲସ-ଏୱାଇ.୪.୨ ବୋଲି ଚିହ୍ନଟ କରାଯାଇଛି । ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ସାର୍ସ କୋଭ-୨ର ଡେଲଟା ଭାରିଆଣ୍ଟର ସବଲାଇନ ମାମଲା ଚିହ୍ନଟ ହେବା ପରେ ଭାରତର କରୋନା ଜେନୋମିକ ସର୍ଭିଲାନ୍ସ ପ୍ରୋଜେକ୍ଟ ହାଇ ଆଲର୍ଟରେ ରହିଛି ।

ସେପଟେ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ଦ୍ୱାରା ପ୍ରକାଶିତ ଜେନୋମ ସିକ୍ୱେନ୍ସିଂ ରିପୋର୍ଟରେ ଇନ୍ଦୋରରେ ଏହି ନୂତନ ପ୍ରକାରର ୭ଟି ମାମଲା ଚିହ୍ନଟ ହୋଇଛି । ସଂକ୍ରମିତ ଲୋକଙ୍କ ମଧ୍ୟରେ ୨ ଜଣ ମୋହ କ୍ୟାଣ୍ଟନମେଣ୍ଟରେ ପୋଷ୍ଟ ହୋଇଥିବା ସେନା ଅଧିକାରୀ ମଧ୍ୟ ରହିଛନ୍ତି ବୋଲି ଇନ୍ଦୋରର ମୁଖ୍ୟ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ଅଧିକାରୀ ଡ. ବି.ଏସ. ସୈତ୍ୟ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ