ହାଡ଼ ଭାଙ୍ଗିବ ଜାଡ଼

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବଢୁଛି ଶୀତ , ଆଗକୁ ଥରାଇବ ହାଡଭଙ୍ଗା ଜାଡ । ଜଳବାୟୁ ପରିବର୍ତ୍ତନ ସହିତ ଦେଶରୁ ମୌସୁମୀ ପ୍ରତ୍ୟାବର୍ତ୍ତନରେ ବିଳମ୍ବ କରିବା ଯୋଗୁଁ ଅନେକ ରାଜ୍ୟରେ ଅଦିନ ବର୍ଷର୍ାରେ ବ୍ୟାପକ କ୍ଷୟକ୍ଷତି ଘଟିଥିବାବେଳେ ଭାରତୀୟ ପାଣିପାଗ ବିଭାଗ ଆଗାମୀ ଶୀତ ଋତୁ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ ବିବରଣୀ ଦେଇଛନ୍ତି । ଶୀତ ଅନୁଭୂତ ହେବ ଉତ୍ତର ଭାରତ ସମେତ ଅନେକ ଅଞ୍ଚଳରେ । ଓଡ଼ିଶାରେ ବି ଶୀତ ଲହରୀ ପ୍ରକୋପ ଅସହ୍ୟ ରହିବ ।

ସ୍ୱାଭାବିକଠାରୁ ପାରଦ ଅଧିକ ଖସିବ । ଖାଲି ସେତିକି ନୁହେଁ, ଶୀତର ଅବଧି ବି ଲମ୍ବା ରହିବ । ଶୀତ ତୀବ୍ରତା ଅଧିକ ରହିବା ସହ ଏହାର ଅବଧି ବି ଅଧିକ ଦିନ ପର୍ୟ୍ୟନ୍ତ ଲମ୍ବିବ । ଅଧିକାଂଶ ବର୍ଷ ଫେବ୍ରୁଆରୀରେ ଶୀତ କମିବା ସହ ଗରମ ପ୍ରକୋପ ଆରମ୍ଭ ହୋଇଥାଏ । ଏଥର ଫେବ୍ରୁଆରୀରେ ମଧ୍ୟ ଭୀଷଣ ଜାଡ଼ ଅନୁଭୂତ ହେବା ସମ୍ଭାବନା ଅଛି । ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା ‘ଲା ନିନା’ର ପ୍ୟାଟର୍ଣ୍ଣ ଅନୁଧ୍ୟାନ କରି ଆଇଏମଡି ରିପୋର୍ଟ ଦେଇଛି ଯେ ଏବର୍ଷ ଉିତିର ଭାରତରେ ନାହିଁ ନଥିବା ଶୀତ ଅନୁଭୂତ ହେବ ।

ଜାନୁଆରୀ ଓ ଫେବୃଆରୀରେ ହାରାହାରି ତାପମାତ୍ରା ୩ ଡିଗ୍ରୀ ତଳକୁ ଖସିବ । ‘ଲା ନିନା’ ଯୋଗୁଁ ହିଁ ଏଭଳି ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ । ‘ଲା ନିନା’ ର ପ୍ରଭାବ ଏବେ ଠାରୁ ଭାରତରେ ଦେଖିବାକୁ ମିଳିଲାଣି । ଗତ କିଛି ସପ୍ତାହ ମଧ୍ୟରେ ଅନେକ ରାଜ୍ୟରେ ଲା ନିନା ପ୍ରଭାବ ଯୋଗୁଁ ହିଁ ପ୍ରବଳ ବୃଷ୍ଟିପାତ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’