Masthead

ଅଭିନବ ଉପାୟରେ କରୁଥିଲେ ଚୋରି, ଧରିଲା ପୋଲିସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସେଲସମ୍ୟାନ ସାଜି ମଲରୁ କରୁଥିଲେ ଚୋରି । ସପିଂ ମଲରୁ ମନଇଚ୍ଛା ବ୍ରାଣ୍ଡେଣ୍ଡ ପ୍ୟାଣ୍ଟସାର୍ଟ, ଜୋତା ଓ ଘରକରଣ ସାମଗ୍ରୀ ଉଠାଇ ଗେଟରେ ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ପଳାଇବା ପାଇଁ ଚେଷ୍ଟା କରୁଥିଲେ । ଯାହାକୁ ଅଟକ ରଖିଛି ସହିଦନଗର ପୋଲିସ । ଅଭିଯୁକ୍ତ ହେଲେ କୃଷ୍ଣ ପ୍ରସାଦ ଓରଫ କାଳୁ । ତାଙ୍କ ଘର ଗଞ୍ଜାମ ଅଞ୍ଚଳ ଗୋଳନ୍ଥରା ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ କାଳୁ ନକଲି ଆଇକାର୍ଡ ବେକରେ ପକାଉଥିଲେ । ମଲ ଫାଙ୍କା ଦେଖି ପଶୁଥିଲେ ।

ବିଭିନ୍ନ ସାମଗ୍ରୀ ଚୋରି କରିବା ପରେ ସୁଯୋଗ ଦେଖି ମୁଖ୍ୟ ଫାଟକ ଦେଇ ଚାଲି ଯାଉଥିଲେ । ନଚେତ, ଷ୍ଟୋର ରୁମକୁ ନେବା ଆଳ ଦେଖାଇ ସେଠାରେ ଥିବା ସୁରକ୍ଷାକର୍ମୀଙ୍କୁ ଚକମା ଦେଉଥିଲେ । ପରେ ଏହାକୁ ନେଇ କମଦାମରେ ଅନ୍ୟଙ୍କୁ ବିକ୍ରୀ କରୁଥିଲେ । ମଲକୁ ଆସୁଥିବା ଗ୍ରାହାକଙ୍କ ମୋବାଇଲ ନମ୍ବର ମଲ କାଉଣ୍ଟରରୁ ସଂଗ୍ରହ କରୁଥିଲେ । ସେମାନଙ୍କୁ ସେଲ ମ୍ୟାନ ପରିଚୟ ଦେଇ ସ୍ୱତନ୍ତ୍ର ଅଫର ଲୋଭ ଦେଖାଇ ବାହାରକୁ ଡ଼ାକୁଥିଲେ । ୫୦୦୦ ଟଙ୍କାରେ ଥିବା ସମାନକୁ ୧୦୦୦ ଟଙ୍କାରେ ବିକ୍ରୀ କରୁଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା