Masthead

ସନ୍ଦେହ ଜନକ ଅବସ୍ଥାରେ ଶବ ଉଦ୍ଧାର

ତିର୍ତ୍ତୋଲ (ବଡ଼ ଖବର ବ୍ୟୁରୋ): ତାଳଦଣ୍ଡା ମୁଖ୍ୟ କେନାଲ ରାହାମା ହାଟ ପୋଲ ନିକଟରେ ଏକ ଗଳିତ ମୃତ ଶରୀର ଠାବ କରାଯାଇଛି । ସ୍ଥାନୀୟ ବ୍ୟବସାୟୀ ସୁବାସ ସ୍ୱାଇଁ ତାଙ୍କ ଦୋକାନ ନିକଟ କେନାଲରୁ ଦୁର୍ଗନ୍ଧ ହେବାରୁ କିଛି ଲୋକ ଲଗାଇ କେନାଲ ସଫା କରିବା ସମୟରେ ଗଳିତ ମୃତ ଶରୀର ଦେଖିବାକୁ ପାଇଥିଲେ । ସଂଗେ ସଂଗେ ତିର୍ତ୍ତୋଲ ଥାନାକୁ ଅବଗତ କରାଇଥିଲେ ।

ଖବର ପାଇ ଥାନାଧିକାରୀ ଭାବଗ୍ରାହୀ ରାଉତ ଘଟଣାସ୍ଥଳରେ ପହଞ୍ଚି ଶବକୁ କୂଳକୁ ଆଣିବାର ବ୍ୟବସ୍ଥା କରିଥିଲେ । ମୃତ ବ୍ୟକ୍ତିଙ୍କ ହେଉଛନ୍ତି ବିଶ୍ୱରଞ୍ଜନ ମହାନ୍ତି । ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୋଳ ଛକନା ଗ୍ରାମରେ । ବିଶ୍ୱରଞ୍ଜନ ଗତ ୧୧ରୁ ନିଖୋଜ ଥିଲେ । ଏ ନେଇ ତାଙ୍କ ସ୍ତ୍ରୀ ପ୍ରଜ୍ଞା ପରମିତା ମହାନ୍ତି ତିର୍ତ୍ତୋଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବିଶ୍ୱରଞ୍ଜନ ଏବଂ ପ୍ରଜ୍ଞା ମଣିଜଙ୍ଗାରେ ଘର ଭଡା ନେଇ ରହୁଥିଲେ । ପିତା ଜ୍ଞାନରଞ୍ଜନ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ