Masthead

ଝିଅକୁ ବ୍ଲାକମେଲିଂ କରି ହତ୍ୟା କରାଯାଇଥିବାର ଅଭିଯୋଗ ଆଣିଲେ ମା’

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସେପ୍ଟେମ୍ବରରେ ବଡ ଖବର ଦିବସ । କେନ୍ଦୁଝରର ଘଟଗାଁରେ ପାଳିତ ହେଉଥିବା ବେଳେ ଜିଲ୍ଲାର ହରିଚନ୍ଦନପୁର ବ୍ଲକ କାଦୁଅଡିହା ଗ୍ରାମର ଲିଳାବତୀ ସାହୁ ବଡ ଖବରର ମୁଖ୍ୟ ସମ୍ପାଦକଙ୍କ ପାଖରେ ପହଁଚି ତାଙ୍କର ୨୨ ବର୍ଷିୟ ଝିଅକୁ କେମିତି ବ୍ଲାକମେଲିଂ କରି ମରିବା ପାଇଁ ବାଧ୍ୟ କରାଯାଇଛି ଓ ଘଟଣାକୁ ଜାଣିଶୁଣି ଚାପି ଦିଆ ଯାଇଛି କାନ୍ଦି କାନ୍ଦି କହିଥିଲେ । ଏହା ପରେ ବଡ ଖବର ବର୍ଷେ ତଳର ଘଟଣାର ଖୋଲତାଡ ଆରମ୍ଭ କରିଥିଲା । ଝିଅର ଶେଷ ଫୋନ କଲ୍ ରେକର୍ଡ ଓ ପୋଲିସର କାର୍ଯ୍ୟାନୁଷ୍ଠାନ ବାବଦରେ ଆମେ ଜାଣିବା ପରେ ସବୁ ଜଳଜଳ ହୋଇ ସାମ୍ନାକୁ ଆସିଥିଲା । ଅନ୍ୟ ପକ୍ଷରେ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ପ୍ରତିକ୍ରିିୟା ଶୁଣିଲେ ଘଟଣାକୁ ଜାଣିଶୁଣି ଚାପି ଦିଆଯାଇଥିବା ସ୍ପଷ୍ଟ ହେଉଛି । ଏପଟେ ନିଜ ଏକ ମାତ୍ର ଝିଅକୁ ଆଜି ପର୍ଯ୍ୟନ୍ତ ଝୁରୁଛନ୍ତି ବାପା ମା ।

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ କାଦୁଅଡିହା ଗାଁର ମଳୟ ସାହୁ ଓ ଲିଳାବତୀ ସହୁଙ୍କ ଏକମାତ୍ର ଅଲିଅଳି ଝିଅ ଥିଲା ମହେସ୍ୱେତା । ଗତ ବର୍ଷ ସେପ୍ଟମ୍ବର ୨୫ ତାରିଖରେ ଘରେ କେହି ନଥିବା ବେଳେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲା । ତେବେ ୨ ବର୍ଷରୁ ଉଦ୍ଧ୍ୱର୍ ମହେଶ୍ୱେତାଙ୍କ ସହ ଭଅଁରପୁର ଗାଁର ସୁବାସ୍ ସାହୁର ପ୍ରେମ ସମ୍ପର୍କ ଥିଲା । କିନ୍ତୁ ଘର ଲୋକଙ୍କ ବିରୋଧ ହେତୁ ଉଭୟଙ୍କ ପ୍ରେମ ସମ୍ପର୍କରେ କଳହ ସୃଷ୍ଟି ହୋଇଥିଲା । ଭାଙ୍ଗି ଯାଇଥିଲା ସବୁ ସର୍ମ୍ପକ । ପ୍ରତିଶୋଧ ପରାୟଣ ହୋଇ ସୁବାସ ବାରମ୍ବାର ମହେଶ୍ୱେତାଙ୍କୁ ଫୋନରେ ନିଜ ପାଖରେ ଥିବା କିଛି ଆପତିଜନକ ଭିଡିଓକୁ ଭାଇରାଲ କରିବାର ଧମକ ଦେବା ଆରମ୍ଭ କରିଦେଇଥିଲା । ଲୋକଲଜ୍ଜାକୁ ଡରି ଆତ୍ମହତ୍ୟା କରିଥିଲେ ମହେଶ୍ୱେତା । ଝିଅର ଆତ୍ମହତ୍ୟା ପରେ ବାପା ମା ମହେଶ୍ୱେତାର ମୋବାଇଲରୁ ଏହି ଅଡିଓଟି ପାଇଥିଲେ ଓ ଘଟଣା ବିଷୟରେ ପୋଲିସକୁ ଅବଗତ କରାଇବା ସହ ସୁବାସ ନାଁରେ ଏଫଆଇଆର ଦେଇଥିଲେ ।

ନ୍ୟାୟ ପାଇଁ ଏସପିଙ୍କୁ ଦେଖା କରି ଗୁହାରି କରିଥିଲେ । ଏହା ପରେ ସବୁ ବେଳେ ବିବାଦିୟ ରହୁଥିବା କେନ୍ଦୁଝର ପୋଲିସ ଝିଅକୁ ହରାଇ ଦୁଃଖରେ ଭାଙ୍ଗିପଡିଥିବା ମଳୟ ଓ ଲିଳାବତିଙ୍କୁ ମିଛ ଆସ୍ୱାସନା ଦେବା ସହ ମହେଶ୍ୱେତାଙ୍କ ମୃତ୍ୟୁକୁ ଅପମୃତ୍ୟୁ ବୋଲି ଘୋଷଣା କରି ସୁବାସକୁ ଖସାଇ ଦେଇଛି । ଯାହା ହରିଚନ୍ଦନପୁର ଥାନା ଅଧିକାରୀଙ୍କ ପ୍ରତିର୍କିୟାରୁ ସ୍ପଷ୍ଟ ହେଉଛି । ତେବେ କାହା ଚାପରେ ପୋଲିସ ପରିବାର ଲୋକଙ୍କ ଅଭିଯୋଗ ଓ ସବୁ ପ୍ରାମାଣକୁ ଅଣଦେଖା କରି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା