Masthead

ଜେଲରୁ ମୁକୁଳିଲେ ଆର୍ୟନ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଜେଲରୁ ମୁକୁଳିଲେ ଆର୍ୟନ । ଆର୍ଥର ରୋଡ ଜେଲରୁ ମୁକୁଳିଲେ ଆର୍ୟନ । ଅକ୍ଟୋବର ୨ରେ ହୋଇଥିଲେ ଗିରଫ । ସକାଳୁ ଶାହାରୁଖ ଖାନ୍ ଆର୍ଥର ରୋଡ୍ ଜେଲରେ ଯାଇ ପହଞ୍ଚିଥିଲେ । ଆଜି ସକାଳ ୫ଟା ୩୦ରେ ଆର୍ଥର ରୋଡ୍ ଜେଲରେ ବେଲ ବକ୍ସ ଖୋଲା ହୋଇଥିଲା ।

ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଜେଲେ ବାହାରେ ବ୍ୟାରିକେଡ ବ୍ୟବସ୍ଥା କରାଯାଇଥିଲା । ଶାହାରୁଖ ଖାନଙ୍କ ବାସଭବନ ମନ୍ନତ ଆଗରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗୁରୁବାର ହାଇକୋର୍ଟ ଆର୍ୟନଙ୍କୁ ଜାମିନ ପ୍ରଦାନ କରିଥିଲେ । ହେଲେ ଗତକାଲି କୋର୍ଟରୁ ଜାମିନ ଅର୍ଡର ଜାରି ପରେ ଜେଲରେ ଅନ୍ୟାନ୍ୟ କାମରେ ବିଳମ୍ବ ହେବାରୁ ଆର୍ୟନ ଖାନ୍ ଜେଲରୁ ବାହାରି ପାରିନଥିଲେ । ଗୁରୁବାର ଆର୍ୟନଙ୍କ ବମ୍ବେ ହାଇକୋର୍ଟ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଛନ୍ତି ।

ଯଉଁଥିରେ ଆର୍ୟନଙ୍କୁ ଛାଡିବା ପାଇଁ ୧୪ଟି ସର୍ତ୍ତ ରଖାଯାଇଛି । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆର୍ୟନ ୧ ଲକ୍ଷ ଟଙ୍କାର ବଣ୍ଡ ଓ ପାସପୋର୍ଟ ଜମା କରିଛନ୍ତି । ଏନଡିପିଏସ କୋର୍ଟଙ୍କ ବିନା ଅନୁମତିରେ ସେ ଦେଶ ଛାଡି କୁଆଡେ ଯାଇପାରିବେ ନାହିଁ । ଏନସିବି ଅଧିକାରୀଙ୍କ ବିନା ଅନୁମତିରେ ମୁମ୍ବାଇ ବାହାରକୁ ଯାଇପାରିବେ ନାହିଁ ଆର୍ୟନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!