Masthead

ମମିତା ହତ୍ୟା ମାମଲା, ଜବତ ହେଲା ସ୍କୁଟି ଏବଂ ଜେସିବି

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ): ବହୁ ଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ବ୍ୟବହୃତ ଜେସିବି ଓ ସ୍କୁଟିକୁ ଜବତ କରି ଥାନାକୁ ଆଣିଛି ସିଂଧେକେଲା ପୋଲିସ । ମମିତାଙ୍କୁ ହତ୍ୟା କରିବା ପରେ ଗୋବିନ୍ଦ ସାହୁ ଶବ ପୋତିବାକୁ ଏହି ଜେସିବି ବ୍ୟବହାର କରିଥିବାବେଳେ ଶବ ପୋଡ଼ିବା ପାଇଁ ଟାୟାର ଆଣିବାକୁ ଏହି ସ୍କୁଟି ବ୍ୟବାହର କରିଥିଲା ।

ମମିତାକୁ ହତ୍ୟାକରୀ ମହାଲିଙ୍ଗ ସ୍କୁଲ ପଡିଆରେ ଜେ.ସି.ବି ସାହାଯ୍ୟରେ ଗାତଖୋଲି ପୋତିଦେଇଥିବା ପୋଲିସ କହିଥିଲା । ଏହା ସହିତ ଗୋବିନ୍ଦ ସାହୁ ନିଜ ସ୍କୁଟିରେ ଶବ ପୋଡିବା ପାଇଁ ଟାୟାର ଆଣିଥିବା ପୋଲିସକୁ କହିଥିଲା । ତେଣୁ ସିନ୍ଧେକେଲା ପୋଲିସ ମହାଲିଙ୍ଗରୁ ଘଟଣାରେ ବ୍ୟବହୃତ ଜେ.ସି.ବି ଏବଂ ଗୋବିନ୍ଦର ସ୍କୁଟିକୁ ଜବତ କରି ଥାନାକୁ ଆଣିଛି । ଜେ.ସି.ବି ଡ୍ରାଇଭର ଗାତ ଖୋଲିବା ଏବଂ ଗାତ ପୋତିବା କାମ କରିଥିଲେ, ମଧ୍ୟ ହତ୍ୟାକାଣ୍ଡ ସଂପର୍କରେ ଜାଣିନଥିବା କହିବାରୁ ତାକୁ ଛାଡି ଦେଇଥିଲା ପୁଲିସ୍‌ ।

ଏପରିକି ଜେ.ସି.ବି ଡ୍ରାଇଭରକୁ ପୋଲିସ ସାକ୍ଷୀ କରିଥିବା ଜଣାପଡିଛି । ଜେ.ସି.ବି ଡ୍ରାଇଭରକୁ ଛାଡି ଦେଇଥିଲେ ମଧ୍ୟ ଜେ.ସି.ବିକୁ ଜବତ କରିଛି ପୋଲିସ ॥ ତେଣୁ ଲୋକଙ୍କ ଭିତରେ ଏବେ ବଡ ପ୍ରଶ୍ନ, ଜେ.ସି.ବି ଦୋଷୀ ହେଲା, ଆଉ ଡ୍ରାଇଭର କିପରି ର୍ନିଦ୍ଦୋଷ ହେଲା । ପୋଲିସର ଏପରି ଫଣ୍ଡାକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ଏନେଇ ମୁହଁ ଖୋଲୁନି ସିନ୍ଧେକେଲା ପୋଲିସ କିମ୍ବା ବଡ ବଡିଆ ପୋଲିସ ଅଧିକାରୀ ।

ସେପଟେ ମମିତା ମେହେର ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବିରେ ବିଭିନ୍ନ ଜିଲ୍ଳାରେ ବନ୍ଦ ପାଳନ ହୋଇଛି । ମମିତାଙ୍କ ହତ୍ୟାର ସିବିଆଇ ତଦନ୍ତ ସହ ହତ୍ୟାରେ ସମ୍ପୄକ୍ତ ଥିବା ଗୄହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଓ ଗିରଫ ଦାବିରେ ସାରା ରାଜ୍ୟରେ ଉଷ୍ମତା ରହିଛି । ଏହି ସବୁ ଦାବି ନେଇ ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ