Masthead

ଟାଟା ପାୱାର ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ

ମାଲକାନଗିରି(ବଡ଼ ଖବର ବ୍ୟୁରୋ): ଟାଟା କମ୍ପାନୀ ବିରୁଦ୍ଧ ରେ ଜଣେ ଚାଷୀଙ୍କ ଅଭିନବ ପ୍ରତିବାଦ। ନିଜ ଶଯ୍ୟାଶାୟୀ ମାଆକୁ ନେଇ ରାଜରାସ୍ତାରେ ଚାଷୀ। ଏ ହୃଦୟ ବିଦାରକ ଚିତ୍ର ଆସିଛି ମାଲକାନଗିରି ଜିଲ୍ଲାରୁ। ଗତ ସପ୍ତାହ ତଳେ ମାଲକାନଗିରି ଏମଭି ୪୧ ଗାଁର ଦିପକ ଦେଙ୍କ ବିଦ୍ୟୁତ କାଟି ଦେଇ ଥିଲେ ଟାଟା କକମ୍ପାନୀ ର କର୍ମଚାରୀ। ଘରେ ଶଯ୍ୟଶାୟୀ ମାଆ ଥାଇ ମଧ୍ୟ ବିଦ୍ୟୁତ ବିଭାଗ ଲାଇନ କାଟିଥିବାରୁ ତାଙ୍କର ଜୀବନ ପ୍ରତି ବିପଦ ଦର୍ଶାଇ ଏକ ଟ୍ରଲି ଯୋଗେ ଜିଲ୍ଲାପାଳଙ୍କୁ ଭେଟି ଗୁହାରି ଜଣାଇବାକୁ ବାହାରିଥିଲେ । ମା ଙ୍କୁ ନେଇ ଯାଉଥିବା ବେଳେ ରାସ୍ତା ରେ ଯାଉଥିବା ବ୍ୟକ୍ତି ବୁଝାସୁଝା କରୁଥିବାଦେଖିବାକୁ ମିଳିଛି ..କିନ୍ତୁ କାହା କଥା ଶୁଣିନଥିଲେ ଦୀପକ ।

ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ବିଜୁଳି ବଳକା ରାଜ୍ୟ ହେଇ ବି ଓଡ଼ିଶାର ସାଧାରଣ ଲୋକ ଅଧିକ ଦାମ ଦେବା ସହିତ ପ୍ରାଇଭେଟ କମ୍ପାନୀ ଙ୍କ ଉପଦ୍ରବରେ ଅତିଷ୍ଠ ହେଉଛନ୍ତି ସାଧାରଣ ଜନତା । ସରକାରଙ୍କ ଏଥିପ୍ରତି ନାହିଁ ନିଘା । ଆନ୍ଦୋଳନ କି ପ୍ରତିବାଦ ହେଲେ କର୍ମଚାରୀ ଗଣମାଧ୍ୟମ କୁ ଭୁଆଁ ବୁଲେଇବା ପରି ମତ ଦେଇ ପୁଣି ଯୋଉ ଅବସ୍ଥା କୁ ସେଇ ଅବସ୍ଥା ରେ ପହଞ୍ଚି ଯାଉଛନ୍ତି । ଏଭଳି ସ୍ଥିତି ପ୍ରତି ରାଜ୍ୟ ସରକାର ଶୀଘ୍ର ସଜାଗ ନହେଲେ ଜନତା ସରକାର ଙ୍କୁ ଉଚିତ ଜବାବ ଦେବେ । ଅସନ୍ତୋଷ ବିଜୁଳି ବିଭାଗ ଓ ଟାଟା ପାୱାର କୁ ନେଇ ବଢି ପରିସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ସରକାର ଠିକ ବ୍ୟବସ୍ଥା କରିବା ଜରୁରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ