Masthead

ବିଜେପି ପକ୍ଷରୁ ଏସପି ଅଫିସ ଘେରାଉ

କେନ୍ଦୁଝର (ବଡ଼ ଖବର ବ୍ୟୁରୋ): କେନ୍ଦୁଝର ବିଜେପି ପକ୍ଷରୁ ଚାରି ଦଫା ଦାବିରେ ଏସପି ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ ସହ ଧସ୍ତା ଧସ୍ତି ଓ ଲାଠିମାଡ । ସାରା ଓଡ଼ିଶାରେ ମମିତା ହତ୍ୟାକାଣ୍ଡର ବିରୋଧକୁ ଜୋରଦାର କରିଥିବାବେଳେ ଆଜି କେନ୍ଦୁଝରରେ ଜିଲ୍ଲା ବିଜେପି ପକ୍ଷରୁ ଏସପି ଅଫିସ ଘେରାଉ କରାଯାଇଛି । ଶହ ଶହ ବିଜେପି କର୍ମୀ କାଳୀ ପଡ଼ିଆରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ଏସପି ଅଫିସ୍ ସମ୍ମୁଖରେ ଥିବା ବାରିକେଟ ଭାଙ୍ଗି ଭିତରେ ପଶିବାକୁ ଉଦ୍ୟମ କରିଥିଲେ ।

ସେହିପରି ଏସପି ଅଫିସ ସମ୍ମୁଖରେ ବିଜେପି ପକ୍ଷରୁ ପୋଲିସ ଉପରକୁ ଅଣ୍ଡାମାଡ କରିବାରୁ ପୋଲିସ ପକ୍ଷରୁ ଲାଠି ଚାର୍ଜ କରାଯାଇଥିଲା । ଏଥିରେ କିଛି କର୍ମୀ ଆହତ ହୋଇଥିବାବେଳେ ବିଜେପି ଜିଲ୍ଲା ସଭାପତି ଓ ମହିଳା ଜିଲ୍ଲା ସଭାନେତ୍ରୀଙ୍କ ସହ ୧୩ରୁ ଅଧିକ ଜଣଙ୍କୁ ପୋଲିସ ଉଠାଇ ଅଟକ ରଖିଛି । କେନ୍ଦୁଝରରେ କିଛିଦିନ ପୂର୍ବରୁ ଚାରି ଦିନ ମଧ୍ୟରେ ଚାରୋଟି ଗଣଦୁଷ୍କର୍ମ ଓ ସେଥି ମଧ୍ୟରୁ ତିନି ଜଣଙ୍କୁ ହତ୍ୟା ନେଇ ମଧ୍ୟ ବିଜେପି ପ୍ରତିବାଦ କରିଛି।

କେନ୍ଦୁଝର ସଦର ବିଧାୟକ ମୋହନ ମାଝିଙ୍କ ଗାଡ଼ି ଉପରକୁ ବୋମା ମାଡ଼ ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀକୁ ପୋଲିସ ଘଣ୍ଟ ଘୋଡାଇ ତଦନ୍ତର ଦିଗକୁ ବାଟବଣା ନେଇ ବିଜେପି ଅଭିଯୋଗ କରିଛି। ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବ୍ୟାଘାତ ହୋଇପଡ଼ିଥିବା ସହ ଏସପି ଓ ଜଲ୍ଲାପାଳ ଶାସକଦଳର ଏଜେଣ୍ଡା ସାଜିଥିବା ଅଭିଯୋଗ କରି ସେମାନଙ୍କୁ ତୁରନ୍ତ ବଦଳି ଲାଗି ଦାବି କରିଛି ବିଜେପି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା