Masthead

ବିଜେପି ପକ୍ଷରୁ ଏସପି ଅଫିସ ଘେରାଉ

କେନ୍ଦୁଝର (ବଡ଼ ଖବର ବ୍ୟୁରୋ): କେନ୍ଦୁଝର ବିଜେପି ପକ୍ଷରୁ ଚାରି ଦଫା ଦାବିରେ ଏସପି ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ ସହ ଧସ୍ତା ଧସ୍ତି ଓ ଲାଠିମାଡ । ସାରା ଓଡ଼ିଶାରେ ମମିତା ହତ୍ୟାକାଣ୍ଡର ବିରୋଧକୁ ଜୋରଦାର କରିଥିବାବେଳେ ଆଜି କେନ୍ଦୁଝରରେ ଜିଲ୍ଲା ବିଜେପି ପକ୍ଷରୁ ଏସପି ଅଫିସ ଘେରାଉ କରାଯାଇଛି । ଶହ ଶହ ବିଜେପି କର୍ମୀ କାଳୀ ପଡ଼ିଆରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ଏସପି ଅଫିସ୍ ସମ୍ମୁଖରେ ଥିବା ବାରିକେଟ ଭାଙ୍ଗି ଭିତରେ ପଶିବାକୁ ଉଦ୍ୟମ କରିଥିଲେ ।

ସେହିପରି ଏସପି ଅଫିସ ସମ୍ମୁଖରେ ବିଜେପି ପକ୍ଷରୁ ପୋଲିସ ଉପରକୁ ଅଣ୍ଡାମାଡ କରିବାରୁ ପୋଲିସ ପକ୍ଷରୁ ଲାଠି ଚାର୍ଜ କରାଯାଇଥିଲା । ଏଥିରେ କିଛି କର୍ମୀ ଆହତ ହୋଇଥିବାବେଳେ ବିଜେପି ଜିଲ୍ଲା ସଭାପତି ଓ ମହିଳା ଜିଲ୍ଲା ସଭାନେତ୍ରୀଙ୍କ ସହ ୧୩ରୁ ଅଧିକ ଜଣଙ୍କୁ ପୋଲିସ ଉଠାଇ ଅଟକ ରଖିଛି । କେନ୍ଦୁଝରରେ କିଛିଦିନ ପୂର୍ବରୁ ଚାରି ଦିନ ମଧ୍ୟରେ ଚାରୋଟି ଗଣଦୁଷ୍କର୍ମ ଓ ସେଥି ମଧ୍ୟରୁ ତିନି ଜଣଙ୍କୁ ହତ୍ୟା ନେଇ ମଧ୍ୟ ବିଜେପି ପ୍ରତିବାଦ କରିଛି।

କେନ୍ଦୁଝର ସଦର ବିଧାୟକ ମୋହନ ମାଝିଙ୍କ ଗାଡ଼ି ଉପରକୁ ବୋମା ମାଡ଼ ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀକୁ ପୋଲିସ ଘଣ୍ଟ ଘୋଡାଇ ତଦନ୍ତର ଦିଗକୁ ବାଟବଣା ନେଇ ବିଜେପି ଅଭିଯୋଗ କରିଛି। ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବ୍ୟାଘାତ ହୋଇପଡ଼ିଥିବା ସହ ଏସପି ଓ ଜଲ୍ଲାପାଳ ଶାସକଦଳର ଏଜେଣ୍ଡା ସାଜିଥିବା ଅଭିଯୋଗ କରି ସେମାନଙ୍କୁ ତୁରନ୍ତ ବଦଳି ଲାଗି ଦାବି କରିଛି ବିଜେପି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି