Masthead

ଶ୍ରୀମନ୍ଦିର ପରିଚାଳନା କମିଟିକୁ ବିରୋଧ

ପୁରୀ (ବଡ଼ ଖବର ବ୍ୟୁରୋ): ଶ୍ରୀମନ୍ଦିର ପରିଚାଳନା କମିଟିକୁ ବିରୋଧ । ଭକ୍ତ ନିବାସ ଭିତରେ ଚାଲିଛି ବୈଠକ । ଉପସ୍ଥିତ ଅଛନ୍ତି ସମସ୍ତ ପ୍ରସାଶନିକ ଅଧିକାରୀ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଏବଂ ଅଧ୍ୟକ୍ଷ ଗଜପତି ମହାରାଜ । ବାହାରେ କିନ୍ତୁ ଭିଟାମାଟି ଅଧିକାର ମଞ୍ଚ ତରଫରୁ ପରିଚାଳନା କମିଟି ବୈଠକକୁ ଜୋରଦାର ବିରୋଧ କରାଯାଇଛି ।ପରିଚାଳନା କମିଟି ବୈଠକକୁ ପ୍ରହସନ ବୋଲି କହିଛି ମଞ୍ଚ । ପୁରୀବାସୀଙ୍କ ଅସୁବିଧାକୁ ଅଣଦେଖା କରି ଏ ବୈଠକ କେବଳ ଦେଖାଣିଆ ବୋଲି ମଞ୍ଚ କହିଛି ।

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମାରଫତ ପରିଚାଳନା କମିଟି ନାମରେ ପୁରୀ ସହର ତଥା ଗ୍ରାମାଞ୍ଚଳର ଦୀର୍ଘ ଦିନ ଲାଗି ରହିଥିବା ଜମିଜମା ସଂକ୍ରାନ୍ତୀୟ ବିବାଦ ଉପରେ ବ୍ୟାପକ ଆଲୋଚନା କରାଯାଇ ୨୦୦୩ ମାର୍ଚ୍ଚ ୧୨ ତାରିଖରେ ଏକ ଖସଡ଼ା ପ୍ରସ୍ତୁତ କରାଯାଇଥିଲା । ସମାନ ନୀତି ଅନୁଯାୟୀ ଶ୍ରୀମନ୍ଦିର ପରିଚାଳନା କମିଟି ନିକଟରେ ଶତାଧିକ ଲୋକେ ଅର୍ଥ ରାଶି ଦାଖଲ କରି ଜମି ରେଜିଷ୍ଟ୍ରେସନ କରାଇନେଲେ । କିନ୍ତୁ କୌଣସି କାରଣ ନଥାଇ ଏ ରେଜିଷ୍ଟ୍ରେସନ ବନ୍ଦ ରଖାଗଲା ।

ବର୍ତ୍ତମାନ ସୁଦ୍ଧା ୧୦୦୦୦ ଦରଖାସ୍ତ ପଡିରହିଛି । ନିଜର ଜମି ଥାଇ ମଧ୍ୟ ଲୋକେ କାଗଜପତ୍ର ଠିକ କରିନପାରି ନିଜର କାର୍ୟ୍ୟରେ ଲଗାଇପାରୁନାହାନ୍ତି । ଜାତି ପ୍ରମାଣ ପତ୍ର , ଗୃହ ପ୍ରମାଣପତ୍ର ଆଦି ମିଳିବାରେ ଅସୁବିଧା ହେଉଛି । ସମାନ ନୀତି ଅନୁଯାୟୀ ଆଜିକାର ବଜାର ମୂଲ୍ୟକୁ ଆଧାର କରି ରେଜିଷ୍ଟ୍ରି ପାଇଁ କୁହାଯାଉଛି । ଶ୍ରୀମନ୍ଦିର ପ୍ରଶାସନ ର ଖାମାଖିଆଲ ନୀତି ଯୋଗୁଁ ହଜାର ହଜାର ପୁରୀବାସୀ ନିଜ ଭିଟା ମାଟି ଅଧିକାରରୁ ବଂଚିତ ହେଉଛନ୍ତି ବୋଲି ମଞ୍ଚ ଅଭିଯୋଗ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମହିଳା ସଂରକ୍ଷଣ ମହାବିତର୍କ, ୧୩ ଘଣ୍ଟା ୪୫ ମିନିଟ୍ ଚାଲିଲା ବିଧାନସଭା 🔴 ଘଡ଼ଘଡ଼ି ସହ ବର୍ଷା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ହଠାତ ଘର ଭିତରେ ପଶିଗଲା କାର୍‌ 🔴 ଅପରାହ୍ନରେ ଝଡ଼ବର୍ଷା, ୫ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ଆଜି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ମହିଳା ସଂରକ୍ଷଣ ମହାବିତର୍କ, ୧୩ ଘଣ୍ଟା ୪୫ ମିନିଟ୍ ଚାଲିଲା ବିଧାନସଭା 🔴 ଘଡ଼ଘଡ଼ି ସହ ବର୍ଷା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ହଠାତ ଘର ଭିତରେ ପଶିଗଲା କାର୍‌ 🔴 ଅପରାହ୍ନରେ ଝଡ଼ବର୍ଷା, ୫ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ଆଜି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ