Masthead

୧୩ରେ ଜାତୀୟ କ୍ରୀଡ଼ା ପୁରସ୍କାର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଚଳିତ ବର୍ଷ ନଭେମ୍ବର ୧୩ରେ ନୂଆଦିଲ୍ଲୀରେ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯିବ । ଏହି ଅବସରରେ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଥିବା ନୀରଜ ଚୋପ୍ରାଙ୍କ ସମେତ ୧୨ ଜଣ ଖେଳାଳିଙ୍କୁ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ କରାଯିବ । ନୀରଜଙ୍କ ବ୍ୟତୀତ ଅଲିମ୍ପିକ୍ ଗେମ୍ସରେ ଦେଶକୁ ପୁରସ୍କାର ଆଣିଥିବା ବକ୍ସର ଲଭଲିନା ବୋର୍ଗୋହେନ୍, ରେସଲର ରବି କୁମାର ଏବଂ ହକି ଦଳର ଖେଳାଳି ଶ୍ରୀଜେଶ ପିଆରଙ୍କୁ ମଧ୍ୟ ଏହି ପୁରସ୍କାରରେ ସମ୍ମାନିତ କରାଯିବ । ଏହାସହ ଓଡ଼ିଶାର ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ମଧ୍ୟ ଚଳିତ ବର୍ଷ ଏହି ସମ୍ମାନ ମିଳିବ ।

ଏହି ସମସ୍ତ ଖେଳାଳିମାନେ ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ଖେଳାଳିମାନଙ୍କ ମଧ୍ୟରେ ସେମାନଙ୍କର ପ୍ରତିଭାର ଚମତ୍କାର ପ୍ରଦର୍ଶନ କରିଥିଲେ । ଅଲିମ୍ପିକ୍ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂ ମଙ୍ଗଳବାର ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ତାଲିକାରେ ସାମିଲ ହୋଇଯାଇଛନ୍ତି । ଯାହା ଫଳରେ ଚଳିତ ବର୍ଷ ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାରର ବିଜେତାଙ୍କ ସଂଖ୍ୟା ୧୨କୁ ପହଞ୍ଚିଛି । ନଭେମ୍ବର ୧୩ରେ ରାଷ୍ଟ୍ରପତି ଭବନରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେବ ।

ଅଧିକାଂଶ ଅର୍ଜୁନ ପୁରସ୍କାର ବିଜେତାଙ୍କ ମଧ୍ୟରେ ପାରାଲିମ୍ପିକ୍ ଗେମ୍ସରେ ରୌପ୍ୟ ପଦକ ବିଜେତାମାନେ ସାମିଲ ଅଛନ୍ତି । ଏଥିରେ କ୍ରିକେଟର ଶିଖର ଧୱନ ଅଛନ୍ତି । କ୍ରୀଡ଼ା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ନଭେମ୍ବର ୧୩ (ଶନିବାର) ଅପରାହ୍ନ ୪.୩୦ରୁ ରାଷ୍ଟ୍ରପତି ଭବନର ଦରବାର ହଲରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାରତର ରାଷ୍ଟ୍ରପତି ବିଜେତାଙ୍କୁ ପୁରସ୍କାର ପ୍ରଦାନ କରିବେ । ଗତ ବର୍ଷ କରୋନା ମହାମାରୀ ଯୋଗୁଁ ଏହି ଉତ୍ସବ ଅନଲାଇନରେ ଅନୁଷ୍ଠିତ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ