Masthead

ଦିୱାଲୀରେ ଆସୁଛି ‘ସୁନେଲି ସୁନେଲି’

ବଡ଼ ଖବର ବ୍ୟୁରୋ: ଏବେ ସବୁଠି ଦୀପାବଳିର ମାହୋଲ। ଦିୱାଲି ପାଇଁ ହୋଲ ଓଲିଉଡରୁ ବଲିଉଡ ସଜେଇ ହେଲାଣି। ଆଉ ଯଦି ଓଲିଉଡ କଥା ଦେଖିବା ଏବେ ତ ମୁଭି ଅପେକ୍ଷା ଆଲବମର ଚାହିଦା ବେଶ ଅଧିକ ରହିଛି। ତେବେ ବର୍ତ୍ତମାନ ଦିୱାଲି ଅବସରରେ ମାର୍କେଟକୁ ବ୍ୟାକ ଟୁ ବ୍ୟାକ ନୂଆ ଆଲବମ ଆସିବାକୁ ଯାଉଛି। ଲୁମ୍ରାଇନା ଏଣ୍ଟରଟେନମେଣ୍ଟର ପ୍ରଥମ ଅବଦାନରେ ରିଲିଜ ହେବ ନୂଆ ମ୍ୟୁଜିକ ଭିଡିଓ ‘ସୁନେଲି ସୁନେଲି’। ଯାହାକୁ ଡିରେକ୍ସନ ଦେଉଛନ୍ତି ଅନନ୍ୟା ପଟ୍ଟନାୟକ। ଏଥିରେ ପ୍ରଥମ ଥର ପାଇଁ ଟେଲିଭିଜନ ଦୁନିଆର ନାୟକ ରାଜ ରାଜେଶ ଓ ନାୟିକା ଲୁମ୍ରାଇନା ସ୍କ୍ରିନ ସେୟାର କରିଛନ୍ତି।

ତେବେ କିଛି ଦିନ ତଳେ ଏହାର ମୋସନ ପିକଚର ରିଲିଜ ହୋଇଥିଲା। ଲୁମ୍ରାଇନା ଓ ରାଜେଶଙ୍କ ଦମଦାର ଲୁକକୁ କାଫି ପସନ୍ଦ କରିଥିଲେ ଦର୍ଶକ। ଆଉ ଏବେ ସୁନେଲି ସୁନେଲିର ଟିଜର ବି ରିଲିଜ ହୋଇସାରିଛି। ଯେଉଁଥିରେ ଲୁମ୍ରାଇନା ଓ ରାଜେଶ ପ୍ରଥମ ଥର ପାଇଁ ସ୍କ୍ରିନରେ ରୋମାନ୍ସ କରୁଥିବାର ଦେଖିବାକୁ ମିଳିଛି। ତେବେ ଦିୱାଲି ଅବସରରେ ସୁନେଲି ସୁନେଲି ରିଲିଜ ହେବ, ମୋ ଟିଭି ୟ୍ୟୁଟ୍ୟୁବ ଚ୍ୟାନେଲରେ। ଯେଉଁଥିରେ ନିଜ ମନପସନ୍ଦ ହିରୋ ହିରୋଇନଙ୍କ ଅନସ୍କ୍ରିନ ରୋମାନ୍ସ ଦେଖିବାକୁ ପାଇବେ ଦର୍ଶକ। ତେବେ ଏହି ମ୍ୟୁଜିକ ଭିଡିଓକୁ ନେଇ ସେ ଓ ତାଙ୍କ ଟିମ ଖୁବ ଏକ୍ସାଇଟେଡ ଅଛନ୍ତି। ବର୍ତ୍ତମାନ ଦେଖିବାକୁ ବାକି ରହିଲା ଲୁମ୍ରାଇନା ଓ ରାଜେଶଙ୍କ ଅନ ସ୍କ୍ରିନ କେମିଷ୍ଟ୍ରିକୁ ଦର୍ଶକ କେତେ ପସନ୍ଦ କରୁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ